ସମଲିଙ୍ଗୀ ବିବାହ ମାମଲାରେ ସୁପ୍ରିମ ରାୟ। ବିବାହ କରିପାରିବେନି ସମଲିଙ୍ଗୀ। ଏଥିଲାଗି ଦେଶରେ ଆଇନଗତ ବ୍ୟବସ୍ଥା ନାହିଁ। ଆଇନ ଗଠନ ଓ ପ୍ରଣୟନ ସଂସଦର ବିଶେଷ ଅଧିକାର। ଏହାକୁ ନେଇ କେନ୍ଦ୍ର କୋର୍ଟକୁ ବଲ ଫିଙ୍ଗିଛନ୍ତି ସୁପ୍ରିମକୋର୍ଟ। ସମଲିଙ୍ଗୀ ସମୁଦାୟଙ୍କୁ ଅଧିକାର ଓ ସୁବିଧା ପ୍ରଦାନ ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମଲିଙ୍ଗୀ ସମୁଦାୟଙ୍କୁ ନେଇ କେନ୍ଦ୍ର ସରକାର ଗଠନ କରିଥିବା କମିଟି ଉପରେ ବିଚାର କରିବାକୁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସେପଟେ ସୁପ୍ରିମକୋର୍ଟଙ୍କ ନ୍ୟାୟକୁ ବିଜୟ ବୋଲି କହିଛି ଏଲଜିବିଟି ସମୁଦାୟ ।

