ଟାଟା ସନ୍ସ ଅଧ୍ୟକ୍ଷ ଏନ୍. ଚନ୍ଦ୍ରଶେଖରନଙ୍କ ଇସ୍ତଫା ଘୋଷଣା ପରେ ଉତ୍ତରାଧିକାରୀଙ୍କ ଖୋଜା ଆରମ୍ଭ

ଟାଟା ସନ୍ସ ଅଧ୍ୟକ୍ଷ ଏନ୍. ଚନ୍ଦ୍ରଶେଖରନଙ୍କ ଇସ୍ତଫା ଘୋଷଣା ପରେ ନୂଆ ଉତ୍ତରାଧିକାରୀଙ୍କ ଖୋଜା ଆରମ୍ଭ ହୋଇଯାଇଛି । ସାର ଦୋରାବ୍ଜୀ ଟାଟା ଟ୍ରଷ୍ଟ ଆଜି ଏକ ପ୍ରସ୍ତାବ ପାସ୍ କରି ୫ ସଦସ୍ୟବିଶିଷ୍ଟ ଚୟନ କମିଟି ଗଠନ କରିବାର ପ୍ରକ୍ରିୟା ଆରମ୍ଭ କରିଛି ।

ଏହି ପଦ ଦୌଡ଼ରେ ଟାଟା ଷ୍ଟିଲ୍ର ପରିଚାଳନା ନିର୍ଦ୍ଦେଶକ ଟିଭି ନରେନ୍ଦ୍ରନଙ୍କ ନାଁ ସବୁଠୁ ଆଗରେ ରହିଛି । ନରେନ୍ଦ୍ରନ ୧୯୮୮ରୁ ଟାଟା ଗ୍ରୁପ୍ ସହ ଜଡ଼ିତ । ତାଙ୍କ ସମ୍ପୂର୍ଣ୍ଣ କ୍ୟାରିୟର ଟାଟା ଷ୍ଟିଲ୍ରେ କଟିଛି । ଚନ୍ଦ୍ରଶେଖରନ ଯଦିଓ ଇସ୍ତଫା ଦେଇଛନ୍ତି କିନ୍ତୁ ସେ ୨୦୨୭ ଫେବ୍ରୁଆରୀ ପର୍ଯ୍ୟନ୍ତ ଟାଟା ସନ୍ସ ଅଧ୍ୟକ୍ଷ ପଦରେ ରହିବେ । ଅର୍ଥାତ ନିଜ କାର୍ଯ୍ୟକାଳ ଶେଷ କରିବେ ।

ତେଣୁ ଟାଟା ସନ୍ସ ପାଖରେ ନୂଆ ମୁଖ୍ୟ ଚୟନ ଏବଂ ତାଙ୍କ ସହଜ ଟ୍ରାଞ୍ଜାକ୍ସନର ଯୋଜନା ବନାଇବା ପାଇଁ ପ୍ରାୟ ୬ ମାସର ସମୟ ରହିଛି ।ଟାଟା ସନ୍ସର ନିୟମ ଅନୁସାରେ, ଅଧ୍ୟକ୍ଷ ଚୟନ ପାଇଁ ୫ ସଦସ୍ୟବିଶିଷ୍ଟ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥାଏ । ନାଁ ଗୁଡ଼ିକର ଯାଞ୍ଚ ପରେ କମିଟି ଇଣ୍ଟର୍ଭ୍ୟୁ ନେଇଥାଏ । ଏହାପରେ ଟାଟା ସନ୍ସ ବୋର୍ଡକୁ ଚୂଡ଼ାନ୍ତ ନାମ ସୁପାରିସ କରାଯାଇଥାଏ । ସାର ଦୋରାବ୍ଜୀ ଟାଟା ଟ୍ରଷ୍ଟ ଏବଂ ସାର ରତନ ଟାଟା ଟ୍ରଷ୍ଟରୁ ୩ ଜଣ, ଟାଟା ସନ୍ସ ବୋର୍ଡରୁ ଜଣେ ଏବଂ ଟାଟା ସନ୍ସ ବୋର୍ଡ ଦ୍ୱାରା ଚୟନ ଜଣେ ନିରପେକ୍ଷ ସଦସ୍ୟ ଏହି କମିଟିରେ ରହିଥାନ୍ତି । ଟାଟା ସନ୍ସ ଅଧ୍ୟକ୍ଷ ପଦ ପାଇଁ ନରେନ୍ଦ୍ରନଙ୍କ ନାଁ ଆଗରେ ରହିବାର ପ୍ରମୁଖ କାରଣ ରହିଛି ।

ନରେନ୍ଦ୍ରନ ଯେତେବେଳେ ପଦ ସମ୍ଭାଳିଲେ, ସେତେବେଳେ ଟାଟା ଷ୍ଟିଲ ବଡ଼ ମାତ୍ରାରେ ଋଣ ବୋଝରେ ରହିଥିଲା । ବିଶ୍ୱ ବଜାରରେ ଉତ୍ଥାନ ପତନ ଏବଂ ମହଙ୍ଗା ବିଦେଶୀ ଅଧିଗ୍ରହଣ ଆଦି ସମସ୍ୟା ରହିଥିଲା । ସେ ଋଣ କମାଇବାରେ, ନଗଦ ପ୍ରବାହରେ ସୁଧାର ଏବଂ ଘରୋଇ ବଜାରରେ କମ୍ପାନିର ସ୍ଥିତି ମଜଭୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ବ୍ରିଟେନ ଏବଂ ନେଦରଲାଣ୍ଡ୍ରେ କଠିନ ପୁନଃସଂରଚନା ନିଷ୍ପତ୍ତିକୁ ସେ ଭଲ ଭାବେ ସମ୍ଭାଳିଛନ୍ତି ।

Post Views33 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!