ସାନେ ତାକାଇଚି ହେଲେ ଜାପାନ ର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ

ଜାପାନକୁ ମିଳିଲା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ। ଦାୟିତ୍ବ ନେଲେ ସାନେ ତାକାଇଚି। ଜାପାନର ଲିବରାଲ ଡେମୋକ୍ରାଟିକ୍ ପାର୍ଟିର ଅଧ୍ୟକ୍ଷ ସାନେ ତାକାଇଚି ମଙ୍ଗଳବାର, ଅକ୍ଟୋବର ୨୧ ତାରିଖରେ ସଂସଦ ଦ୍ୱାରା ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି। ସାନେ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବା ଐତିହାସିକ, କାରଣ ସେ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ। ତାଙ୍କ ପୂର୍ବରୁ କୌଣସି ମହିଳାଙ୍କୁ ଜାପାନରେ ଏହି ପଦବୀ ମିଳିନଥିଲା।ତେବେ ଏହି ଖବର ଆସିବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାନେ ତାକାଇଚିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ୍ସରେ ପୋଷ୍ଟ କରି ‌ସେ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ଦେଖାଯାଇଛି। ସେ କରିଥିବା ପୋଷ୍ଟ‌ରେ ଲେଖାଯାଇଛି ଯେ, “ସାନେ ତାକାଇଚି, ଜାପାନର ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିବାରୁ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଭାରତ-ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବିଶ୍ୱ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ମୁଁ ଆପଣଙ୍କ ସହିତ କାମ କରିବାକୁ ଅପେକ୍ଷା କରିଛି। ଆମର ଗଭୀର ସମ୍ପର୍କ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।”

Post Views5 Total Count

Apply Now


This will close in 0 seconds

error: Content is protected !!