ଗତ ୨୦୧୯ ନିର୍ବାଚନ ସମୟରେ ରାହୁଲ ଗାନ୍ଧୀ କର୍ଣ୍ଣାଟକର ଏକ ନିର୍ବାଚନୀ ସଭାରେ କହିଥିଲେ, ନୀରବ ମୋଦୀ, ଲଳିତ ମୋଦୀ, ନରେନ୍ଦ୍ର ମୋଦୀଙ୍କ ସରନେମ ସମାନ କାହିଁକି ? ସମସ୍ତ ଚୋରଙ୍କ ସରନେମ ମୋଦୀ କାହିଁକି ହୋଇଥାଏ? ରାହୁଲଙ୍କ ଏହି ବୟାନ ବିରୋଧରେ ବିଜେପି ବିଧାୟକ ପୂଣ୍ଣେଶ ମୋଦୀ ମାନହାନି ମୋକଦ୍ଦମା ରୁଜୁ କରିଥିଲେ ।ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବଡ ଝଟକା ।
ସୁରଟ ସେସନ୍ସ କୋର୍ଟରୁ ରାହୁଲଙ୍କୁ ମିିଳିଲାନି ଆଶ୍ୱସ୍ତି । ମାନହାନି ମାମଲାରେ ରାହୁଲ କରିଥିବା ଆବେଦନକୁ ଖାରଜ କଲେ ସୁରଟ ସେସନ୍ସ କୋର୍ଟ ।
ମୋଦୀ ସାଙ୍ଗିଆ ବାବଦରେ ରାହୁଲ ଦେଇଥିବା ବୟାନକୁ ନେଇ ତଳ କୋର୍ଟ ରାହୁଲଙ୍କୁ ୨ ବର୍ଷ ଦଣ୍ଡାଦେଶ ଦେଇଥିଲେ । ଯାହାଫଳରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଥିଲା । ତେଣୁ ରାହୁଲ ତଳ କୋର୍ଟ ଦେଇଥିବା ରାୟ ଉପରେ ରୋକ ଲଗାଇବାକୁ ସୁରଟ ସେସନ୍ସ କୋର୍ଟରେ ଆବେଦନ କରିଥିଲେ ।
ଯାହାକୁ ଖାରଜ କରିଛନ୍ତି କୋର୍ଟ । ତେବେ ଏହି ମାମଲାରେ କଂଗ୍ରେସ ହାଇକୋର୍ଟରେ ଆବେଦନ କରିବ ବୋଲି ଜଣାପଡିଛି ।

