ଚାହା ଏକ ଆବେଗ ଅନୁଭବ, ଏକ ନୂଆ ଆରମ୍ଭର ଆଶା

ଚା’ ଏକ ଆବେଗ ଅନୁଭବ, ଏକ ନୂଆ ଆରମ୍ଭର ଆଶା। ପ୍ରତି ଢୋକରେ ଅଛି ଅନନ୍ୟ ଅଭିଜ୍ଞତା, ପ୍ରତି କପରେ ରହିଛି ମନକୁ ଶାନ୍ତ କରିବାର ଶକ୍ତି। ଜୀବନର ଦୁଃଖ ଏବଂ ଖୁସିର ଗୁଡାଏ ସ୍ମୃତି ଦିଏ ଚା।  ଅନେକଙ୍କ ଦିନ ଆରମ୍ଭ ହୁଏ କପେ ଚାହାରୁ | ସକାଳକୁ ସତେଜ ସୁନ୍ଦର କରେ କପେ ଚା। ଚାହା… ୱାହା…ଢୋକେ ଚାହା ପିଇ ଦେଲେ ଏହା କଥା ପଦକ ସମସ୍ତଙ୍କ ପାଟିରୁ ବାହାରି ଆସିବାଟା ନିଶ୍ଚିତ ।ମନକୁ ଶାନ୍ତ କରେ ଚାହା ରିଲାକ୍ସ ଦିଏ।

ଆଜି ଅନ୍ତର୍ଡାତୀୟ ଚା ଦିବସ। ପ୍ରଥମେ ୨୦୦୫ରେ ଡିସେମ୍ବର ୧୫ ତାରିଖରେ ‘ଅନ୍ତର୍ଜାତୀୟ ଚା’ ଦିବସ’ପାଳନ କରାଯାଇଥିଲା । କିନ୍ତୁ ମେ’ ୨୧କୁ ‘ଅନ୍ତର୍ଜାତୀୟ ଚା’ ଦିବସ’ ଭାବେ ପାଳନ କରାଯାଉ ବୋଲି ଭାରତ ଜାତିସଂଘରେ ପ୍ରସ୍ତାବ ରଖିଥିଲା । ୨୦୧୯ ମସିହାରୁ ଏହାକୁ ମେ’ ୨୧ ତାରିଖରେ ପାଳନ କରିବା ପାଇଁ ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଙ୍ଗଠନର ସମ୍ମିଳନୀରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କାରଣ ମେ’ ମାସରେ ବିଶ୍ୱର ଅଧିକାଂଶ ଦେଶରେ ଚା’ ଅମଳ କରାଯାଏ । ଭାରତ ସମେତ ଶ୍ରୀଲଙ୍କା, ଚୀନ୍ ଜାପାନ୍, ଇଣ୍ଡୋନେସିଆ , ନେପାଳ ,ବାଂଲାଦେଶ ପ୍ରମୁଖ ଦେଶ କୋଟି କୋଟି ଟଙ୍କାର ଚା’ ବ୍ୟବସାୟ କରିଥାନ୍ତି । ଭାରତର ଆସାମ ଓ ଦାର୍ଜିଲିଙ୍ଗର ଚା’ ସାରା ବିଶ୍ୱରେ ପ୍ରସିଦ୍ଧି ଅର୍ଜନ କରିଛି ।

ଭାରତ ଏବେ ବିଶ୍ୱରେ ଦ୍ୱିତୀୟ ସର୍ବବୃହତ ଚା’ ଉତ୍ପାଦନକାରୀ ଦେଶ । ଚା’ ଶ୍ରମିକଙ୍କ ଲାଗି ନିରାପଦ ପରିବେଶ ସୃଷ୍ଟି କରିବା ସହ ଚା’ ଉତ୍ପାଦନରେ ସୁଧାର ଆଣିବା ପାଇଁ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ । ସେହିପରି ଏହି ଦିନ ଗ୍ରାମୀଣ ଅର୍ଥ ବ୍ୟବସ୍ଥାରେ ଚା’ର ଯୋଗଦାନକୁ ନେଇ ଲୋକଙ୍କ ମଧ୍ୟରେ ସଚେତନା ସୃଷ୍ଟି କରାଯାଏ । ବର୍ତ୍ତମାନ ସମୟରେ ଲୋକମାନେ ସ୍ୱାସ୍ଥ୍ୟ ସଚେତନତା ଦୃଷ୍ଟିରୁ ବିଭିନ୍ନ ପ୍ରକାରର ଚା’ ପିଉଛନ୍ତି । ଚଳିତ ବର୍ଷ ‘ଅନ୍ତର୍ଜାତୀୟ ଚା’ ଦିବସ’ର ଥିମ୍ ରହିଛି ‘ ଟି ଫର୍‌ ବେଟର୍‌ ଲାଇଫ୍‌ ’ ।

Post Views11 Total Count

Apply Now


This will close in 0 seconds

error: Content is protected !!