୪ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ପଞ୍ଚାୟତ ଅଧୀନ ରଙ୍ଗବଜାର ନିକଟ କୁଆଖାଇ ନଦୀରେ ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡି ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ଏଥିସହ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ମୃତ ଛାତ୍ରଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି।

ବାଳକାଟୀ/ବାଲିଅନ୍ତା,୬।୨ (ମନୋଜ ମଣ୍ଡଳ/ ନୀଳମାଧବ ସାହୁ): ବାଲିଅନ୍ତା ଥାନା ଅଧୀନ ରଙ୍ଗବଜାର ନିକଟ କୁଆଖାଇ ନଦୀରେ ବୁଡ଼ି ବୁଧବାର ୨ ଜଣ ୧୦ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତକ ଦୁହେଁ ଭୁବନେଶ୍ୱର କ୍ୟାପିଟାଲ ଥାନା ଅଧୀନ ୟୁନିଟ୍-୬ କାଳୀ ମନ୍ଦିର ଅଞ୍ଚଳରେ ରହୁଥିବା ଦିବ୍ୟଜ୍ୟୋତି ମହାଳିକ (୧୫) ଓ ଗଙ୍ଗନଗରରେ ରହୁଥିବା ସିକୁନ ସେନାପତି (୧୫) ବୋଲି ଜଣାପଡ଼ିଛି।

ବାଲିଅନ୍ତା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (୪/୨୫ ଓ ୫/୨୫)ରୁଜୁ କରି ତଦନ୍ତ ଚଳାଇଛି।

Post Views39 Total Count

Apply Now


This will close in 0 seconds

error: Content is protected !!