ଏବେ ଜେଲ୍ ଯିବେ ୟୁଟ୍ୟୁବର ଲବ ହାଂସଦା!

ଏବେ ଜେଲ୍ ଯିବେ ୟୁଟ୍ୟୁବର ଲବ ହାଂସଦା । ବେଙ୍ଗାଲୁରୁର ଏଚ ଏସ ଆର ଲେ ଆଉଟ ପୋଲିସ ଥାନାରେ ଲବ ବିରୋଧରେ ହୋଇଛି ଏତଲା ।

ଲବ ହାଂସଦାଙ୍କ ପ୍ରେମିକା ସୋଲମୀ ମୁର୍ମୁ ୨ ଦିନ ତଳେ ଆତ୍ମହତ୍ୟା କରିଥିବାବେଳେ ଏଥିପାଇଁ ଲବ ହାଁସଦାକୁ ଦାୟୀ କରିଛନ୍ତି ମୃତ ସୋଲମୀଙ୍କ ଭାଇ ।ଲବଙ୍କ ପ୍ରେମିକା ଜଣେ ବାଇକ ରାଇଡର । ତାଙ୍କ ଘର ବିହାରରେ ଥିବାବେଳେ ବେଙ୍ଗାଲୁରୁରେ ଚାକିରି କରୁଥିଲେ । ଉଭୟଙ୍କ ଭିତରେ ଅନେକ ଦିନର ସମ୍ପର୍କ ଥିଲା ।

ଲବ ହାଁସଦାର ଅନେକ ମହିଳାଙ୍କ ସହ ସମ୍ପର୍କ ଥିବା କଥା ଜାଣିବାକୁ ପାଇଥିଲା ସୋଲମୀ । ଏନେଇ ଲବକୁ ପଚାରିବାରୁ ବାରମ୍ବାର ନିର୍ଯାତନା ଦେଇଆସୁଥିଲା ଲବ । ଶେଷରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ସୋଲମୀ ।

Post Views5 Total Count

Apply Now


This will close in 0 seconds

error: Content is protected !!