ହାଇବ୍ରିଡ୍ ମୋଡ୍ ରେ ଟିପିସିଓଡିଏଲ୍ ପକ୍ଷରୁ ‘କ୍ୱାଲିଟି ମନ୍ଥ୍’ର ଶୁଭାରମ୍ଭ

ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ‘କ୍ୱାଲିଟି ମନ୍ଥ୍-୨୦୨୩’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସମସ୍ତ ଟିପିସିଓଡିଏଲ୍ କର୍ମଚାରୀଙ୍କ ସହ ଦୃଢ଼ ସମ୍ପର୍କ ସ୍ଥାପନ କରିବା ଲାଗି ଏଭଳି ଏକ କାର୍ଯ୍ୟକ୍ରମକୁ ଉଭୟ ଭର୍ଚୁଆଲ୍ ଓ ପ୍ରତ୍ୟକ୍ଷ ଉପାଦାନ ସହ ହାଇବ୍ରିଡ୍ ମୋଡ୍ରେ ମଧ୍ୟ ଆୟୋଜନ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଟିପିସିଓଡିଏଲ୍ର ସିଇଓ ଅରବିନ୍ଦ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟିପିସିଓଡିଏଲର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ସେହିଭଳି ଉକ୍ତ କାର୍ଯ୍ୟକ୍ରମ ଟିପିସିଓଡିଏଲ୍ର କ୍ୱାଲିଟି ଅଭିଯାନର ଉଲ୍ଲେଖନୀୟ ସମ୍ଭାବନାକୁ ପ୍ରତିଫଳନ କରିବାର ଏକ ମଞ୍ଚ ପ୍ରଦାନ କରିଥିଲା। ଏଥିରେ ଦକ୍ଷତା ବିକାଶ ଓ ଅଭିନବ କର୍ମକ୍ଷେତ୍ର ପରିଚାଳନା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

କ୍ୱାଲିଟି ମନ୍ଥ୍- ୨୦୨୨ର ଉଲ୍ଲେଖନୀୟ ସଫଳତାର ଭାବପୂର୍ଣ୍ଣ ପ୍ରତିଫଳନ ଚଳିତ ସମାରୋହରେ ଦେଖିବାକୁ ମିଳିଥିଲା ଏବଂ ଏହି ଅବସରରେ କମ୍ପାନିର ସିଇଓ ଏବଂ ବରିଷ୍ଠ ଅଧିକାରୀଙ୍କ ଟିମ୍ର ସମସ୍ତ ସଦସ୍ୟ କ୍ୱାଲିଟି ମନ୍ଥ୍ର ଗୁରୁତ୍ୱ ସମ୍ପର୍କରେ ଅଭିଜ୍ଞତା ଓ ଦୃଷ୍ଟିକୋଣ ବର୍ଣ୍ଣନା କରିଥିଲେ। ପରିଶେଷରେ ସିଇଓଙ୍କ ଦ୍ୱାରା ଟିପିସିଓଡିଏଲ୍ର ନ୍ୟଜ୍ଲେଟର ‘ଆଲୋକର ପଥେ‘ ଉନ୍ମୋଚିତ ହୋଇଥିଲା। ଟିପିସିଓଡିଏଲ୍ର ସିଇଓ ଅରବିନ୍ଦ ସିଂହ କହିଛନ୍ତି, ଗୁଣାତ୍ମକ ମାନରେ ଉନ୍ନତି ନୀତି ଓ ପଦ୍ଧତି ଜରିଆରେ ନିଜ ଭିତରର ଦୃଢ଼ତାକୁ ଜାଗ୍ରତ କରିବା ଏବଂ ଉତ୍କର୍ଷ ହାସଲ କରିବା ପାଇଁ ଆମର ରହିଥିବା ଅତୁଟ ପ୍ରତିବଦ୍ଧତାକୁ କ୍ୱାଲିଟି ମନ୍ଥ୍ ପ୍ରତିଫଳିତ କରୁଛି, ଏହା ହେଉଛି ଆତ୍ମସନ୍ଧାନ ଓ ନବସୃଜନ ଆଡ଼କୁ ଏକ ସାମଗ୍ରିକ ଯାତ୍ରା, ଯେଉଁଥିରେ ଗ୍ରାହକ ଓ ଅଂଶୀଦାରଙ୍କୁ ଶ୍ରେଷ୍ଠତା ପ୍ରଦାନ କରିବା ଲାଗି ଆମେ ଆମର ପୂର୍ଣ୍ଣ ସମ୍ଭାବନାକୁ ବ୍ୟବହାର କରୁଛୁ।

ଚଳିତ ବର୍ଷର ବିଷୟବସ୍ତୁ ହେଉଛି ‘କ୍ୱାଲିଟି-ନିଜର ପ୍ରତିଯୋଗିତାମୂଳକ ସମ୍ଭାବନାକୁ ସାକାର କରିବା’। ଏହା ଚାର୍ଟାର୍ଡ କ୍ୱାଲିଟି ଇନ୍ଷ୍ଟିଚ୍ୟୁଟ୍ (ସିକ୍ୟୁଆଇ)ର ଅଭିଯାନ ବିଶ୍ୱ କ୍ୱାଲିଟି ଦିବସର ଭାବ ଅନୁସାରେ ରହିଛି, ଯାହା କ୍ୱାଲିଟି ପ୍ରଫେସନାଲମାନଙ୍କ ଯୋଗଦାନକୁ ସ୍ବୀକୃତି ପ୍ରଦାନ କରୁଛି।

Post Views11 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!