ଓଡିଆ କୃଷି ବୈଜ୍ଞାନିକଙ୍କୁ ଅନ୍ତଜାର୍ତୀୟ ଆଓ୍ବାର୍ଡ

ଅନ୍ତଜାର୍ତୀୟ ସ୍ତରରେ ଓଡିଆଙ୍କୁ ସଫଳତା।ବିଶ୍ବ ଚାଉଳ ଶିଳ୍ପରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଆ କୃଷି ବୈଜ୍ଞାନିକ ଡ. ସମରେନ୍ଦୁ ମହାନ୍ତିଙ୍କୁ ମିଳିବ ‘ୱାର୍ଲଡ ରାଇସ୍ ଇଣ୍ଡଷ୍ଟ୍ରି ଗ୍ଲୋବାଲ ସର୍ଭିସ୍ ଆୱାର୍ଡ’। ଆସନ୍ତା ୨୮ରୁ ୩୦ ତାରିଖ ମଧ୍ୟରେ ଫିଲିପାଇନ୍ସର ସେବୁରେ ଆୟୋଜିତ ହେବାକୁ ଥିବା ବିଶ୍ଵ ଚାଉଳ ସମ୍ମିଳନୀରେ ଅନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ ହେବେ ଡ. ସମରେନ୍ଦୁ ମହାନ୍ତି। ଆନ୍ତର୍ଜାତିକ ଚାଉଳ ଗବେଷଣା ପ୍ରତିଷ୍ଠାନର ପୂର୍ବତନ ପ୍ରିନ୍ସିପାଲ ସମରେନ୍ଦୁ ମହାନ୍ତି ବର୍ତ୍ତମାନ ଆନ୍ତର୍ଜାତିକ ସିଆଇପିରେ ଏସିଆ ଆଞ୍ଚଳିକ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ବଜାରକୁ ସୁରୁଖୁରୁରେ ଚଳାଇବା ପାଇଁ ଠିକ୍ ତଥ୍ୟ ଆଣିବାରେ ସେ ସରକାର ଓ ଚାଉଳ ଶିଳ୍ପ ସହ ମିଶି କାମ କରୁଛନ୍ତି। ସେ ମଧ୍ୟ ଅନେକ ଏସୀୟ ଦେଶର କୃଷକଙ୍କ ସହ ମିଶି ନୂତନ ଜ୍ଞାନ କୌଶଳ ଗ୍ରହଣ, ବିହନ ପ୍ରଣାଳୀ ବିକାଶ ଏବଂ ବଜାର ସଂଯୋଗୀକରଣ ମାଧ୍ଯମରେ ସେମାନଙ୍କ ଜୀବିକାରେ ଉନ୍ନତି ଆଣିବା ଦିଗରେ ପ୍ରମୁଖ ଭୂମିକା ନେଉଛନ୍ତି। ଧାନ ଓ ଆଳୁ ଫସଲ ପ୍ରଣାଳୀକୁ ନିରନ୍ତର ଭାବେ ବୃଦ୍ଧି କରିବା ଏବଂ କମ୍ ମୂଲ୍ୟର ଆଳୁ ମଞ୍ଜି ଉତ୍ପାଦନ ପ୍ରଯୁକ୍ତି ଆରମ୍ଭ ଓ ବୃଦ୍ଧି କରିବା ହେଉଛି ତାଙ୍କର ବର୍ତ୍ତମାନର ଲକ୍ଷ୍ୟ । ଡ. ମହାନ୍ତି  ଯାଜପୁର ଜିଲା ବିଞ୍ଝାରପୁରର।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!