ନାଁ ନଥିଲେ ବି ମିଳିବ ସୁବିଧା

() ବିଏସକେଓ୍ବାଇ ଯୋଜନାରେ ଅନ୍ତର୍ଭୁକ୍ତ ପରିବାରର ଛୋଟ ପିଲାଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ୫ରୁ ୧୮ ବର୍ଷର ପିଲାଙ୍କୁ ମିଳିବ ବଡ଼ ଫାଇଦା । ରାସନ କାର୍ଡରେ ନାଁ ନଥିଲେ ବି ସେମାନେ ଚିକିତ୍ସାରୁ ବଞ୍ଚିତ ହେବେନି । ଯେଉଁମାନଙ୍କ ନାଁ ଏନଏଫଏସଏ ବା ଏଫଏସଏସ ଡାଟା ବେସରେ ମଧ୍ୟ ନାଁ ନାହିଁ ସେମାନଙ୍କ ଚିକିତ୍ସା ମଧ୍ୟ ସୁରୁଖୁରରେ ହୋଇପାରିବ  । ଉପଯୁକ୍ତ ତଥ୍ୟ ପ୍ରଦାନ କରି ନିଜ ପିଲାଙ୍କ ନାମ ସାମିଲ କରିପାରିବେ ଅଭିଭାବକ  । ଏନେଇ ବିଏସକେଓ୍ବାଇ ସହ ଜଡ଼ିତ ହୋଇଥିବା ସବୁ ମେଡିକାଲକୁ ଚିଠି ଲେଖି ଅବଗତ କରାଇଛନ୍ତି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ।

ଗତ କିଛି ଦିନ ହେଲା ଏଭଳି ସମସ୍ୟା ଦେଖାଦେଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ଜାଣିବାକୁ ପାଇଥିଲା  । ପିଲାଙ୍କ ନାମ ରାସନ କାର୍ଡରେ ପଞ୍ଜିକୃତ ହୋଇନଥିବାରୁ ବିଏସକେଓ୍ବାଇରେ ଚିକିତ୍ସା ମିଳିପାରୁନଥିଲା । ଏବେ କୌଣସି ସମସ୍ୟା ହେବ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି  । ୨୦୧୮ ଅଗଷ୍ଟ ୧୫ ତାରିଖରେ ଆରମ୍ଭ କଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ପୁରୁଷଙ୍କ ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ୍ଚ । ମହିଳାଙ୍କ ପାଇଁ ବାର୍ଷିକ ୧୦ ଲକ୍ଷ ଟଙ୍କା । ବିଏସ୍‌କେଓ୍ବାଇ ପ୍ରଚଳନ ପରଠୁ ଗରିବଙ୍କୁ ଚିକିତ୍ସା ଖର୍ଚ୍ଚ ବାବଦରେ ଟଙ୍କାଟିଏ ଦେବାକୁ ପଡ଼ୁନି । ଫଳରେ ସେମାନଙ୍କ ଆୟ ସଞ୍ଚୟ ହେଉଛି । ଅନୁରୂପ ଭାବେ ସରକାରୀ ଡାକ୍ତରଖାନାରେ ସବୁ ବର୍ଗର ଲୋକଙ୍କ ପାଇଁ ମାଗଣା ନମୁନା ପରୀକ୍ଷା, ଔଷଧ ପ୍ରଦାନର ବ୍ୟବସ୍ଥା କରାଯାଇଛି ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ଼ ପ୍ରଚଳନ କରି ମୁଖ୍ୟମନ୍ତ୍ରୀ ଗରିବଙ୍କ ଚିକିତ୍ସାରେ ଯେପରି ସମୟ ଓ ଅର୍ଥ ବାଧକ ନ ସାଜିବ, ତାକୁ ସୁନିଶ୍ଚିତ କରିଛନ୍ତି । ଏବେ ରାଜ୍ୟର ୯୯ ଲକ୍ଷ ୯ ହଜାର ପରିବାରର ୩ କୋଟି ୫୬ ଲକ୍ଷ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିଛି ବିଏସ୍‌କେଓ୍ବାଇ ସ୍ମାର୍ଟ୍‌ କାର୍ଡ଼ ।

Post Views31 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!