ଜହ୍ନରେ ଅଛି ଅମ୍ଳଜାନ

() ଚନ୍ଦ୍ରରେ ସଲଫର୍ ସହିତ ଆହୁରି ଅନେକ ପଦାର୍ଥ ରହିଛି । ଏ ସଂପର୍କରେ ସୂଚନା ଦେଇଛି ରୋଭର ପ୍ରଜ୍ଞାନ । ଏନେଇ ଇସ୍ରୋ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ବିଚରଣ କରୁଥିବା ରୋଭର ପ୍ରଜ୍ଞାନ ସଲଫର ସହିତ ଆଲୁମିନିୟମ, କ୍ୟାଲସିୟମ, ଫେରସ, କ୍ରୋମିୟମ, ଟିଟାନିୟମ, ମାଙ୍ଗାନିଜ, ସିଲିକନ ଓ ଅକ୍ସିଜେନର ସନ୍ଧାନ କରିଛି । ରୋଭର ପ୍ରଜ୍ଞାନରେ ଲାଗିଥିବା LIBS ନାମକ ଏକ ଯନ୍ତ୍ର ଏହା ସ୍ପଷ୍ଟ କରିଛି ।

ଚନ୍ଦ୍ରରେ ହାଇଡ୍ରୋଜେନ୍‌ ଅଛି ନା ନାହିଁ, ତାହା ଜାଣିବା ପାଇଁ ରୋଭର ପ୍ରଜ୍ଞାନ ସନ୍ଧାନ ଚଳାଇଛି । ଏହା ପୂର୍ବରୁ ରବିବାର ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ପେଲୋଡ୍ ଚନ୍ଦ୍ରପୃଷ୍ଠରୁ ଗୋଟିଏ ନୂଆ ସୂଚନା ପଠାଇଥିଲା । ଚନ୍ଦ୍ରରେ ମାଟିର ତାପମାତ୍ରା ୧୦ରୁ ୫୦ ଡିଗ୍ରୀ ମଧ୍ୟରେ ରହିଛି । ଚନ୍ଦ୍ରରେ ଆଉ ଆଠ ଦିନ ସକ୍ରିୟ ରହିବ ଲ୍ୟାଣ୍ଡର ବିକ୍ରମ ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!