୧୨ ନୂଆ ପ୍ରକଳ୍ପକୁ ମଞ୍ଜୁରୀ

୭ ଜିଲ୍ଲାରେ ୧୨ନୂଆ ପ୍ରକଳ୍ପକୁ ସିଙ୍ଗଲ ଓ୍ୱିଣ୍ଡୋ ମଞ୍ଜୁରୀ  । ୨ହଜାର ୭୯୪କୋଟି ୪୭ଲକ୍ଷ ଟଙ୍କାର ହେବ ପୁଞ୍ଜି ନିବେଶ  । ୧୨ନୂଆ ପ୍ରକଳ୍ପରେ ନିଯୁକ୍ତି ପାଇବେ ୪ହଜାର ୭୧୫ଜଣ  । ସେମି କଣ୍ଡକ୍ଟର, ଆଲୁମିନିୟମ, ଧାତବ ଶିଳ୍ପ, ଡାଉନ ଷ୍ଟ୍ରିମ ଶିଳ୍ପ ପାଇଁ ହେବ ପୁଞ୍ଜି ବିନିଯୋଗ  । ଏହା ସହ ଖାଦ୍ୟ ପ୍ରକ୍ରିୟାକରଣ, ପାନୀୟ ଶିଳ୍ପରେ ମଧ୍ୟ ନିବେଶ ହେବ  । ଖୋର୍ଦ୍ଧା ଇନଫୋ ଭ୍ୟାଲିରେ ପ୍ରତିଷ୍ଠା ହେବ ସେମିକଣ୍ଟକ୍ଟର ଶିଳ୍ପ  । RIR ପାଓ୍ୱାର ଇଲେକଟ୍ରୋନିକ୍ସ ପ୍ରତିଷ୍ଠା କରିବ ସେମିକଣ୍ଡକ୍ଟର ଶିଳ୍ପ  । ଶିଳ୍ପ ପାଇଁ ନିବେଶ ହେବ ୫୧୦କୋଟି ୮୦ଲକ୍ଷ, ଏହାଦ୍ବାରା ୨୦୫ ଜଣ ନିଯୁକ୍ତି ପାଇବେ  । ସେହିପରି ୨୫୬କୋଟି ୫୦ଲକ୍ଷ ବ୍ୟୟରେ ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ ଜୁଏଲାରୀ ଶିଳ୍ପ  । ନୁଭୋ ଏଅନ ଡାଇମଣ୍ଡ ଆଣ୍ଡ ଜୁଏଲାରୀ ପ୍ରତିଷ୍ଠା କରିବ ଶିଳ୍ପ  । ଏହାଦ୍ବାରା ନିଯୁକ୍ତି ପାଇବେ ୩ ଶହ ଜଣ  । ଯାଜପୁର ଓ ସୁନ୍ଦରଗଡ଼ରେ ୯ଶହ କୋଟି ବ୍ୟୟରେ ଇସ୍ପାତ ଡାଉନ ଷ୍ଟ୍ରିମ ଶିଳ୍ପ  । ଫୋର ଷ୍ଟାର ମେଟାଲିକ୍ସ, ଖେଡାରିଆ ଇସ୍ପାତ, ନ୍ୟୁ ଲକ୍ଷ୍ମୀ ଷ୍ଟିଲ ଆଣ୍ଡ ପାଓ୍ୱାର, ଅଭିରାଭ ଇଣ୍ଡଷ୍ଟ୍ରିଜ କରିବେ ଶିଳ୍ପ  । ଏହା ମାଧ୍ୟମରେ ୧୬୯୬ ଜଣ ନିଯୁକ୍ତି ପାଇବେ  । ଜଗତସିଂହପୁରରେ ୬୨କୋଟି ୭ଲକ୍ଷରେ ପ୍ରତିଷ୍ଠା ହେବ ସାର କାରଖାନା  । କାରଖାନା ପ୍ରତିଷ୍ଠା କରିବ ଉତ୍କଳ ଫସଫେଟ ପ୍ରାଇଭେଟ ଲିମିଟେଡ  । ବାର୍ଷିକ ୧୨ହଜାର ମେଟ୍ରିକ ଟନ୍ ଉତ୍ପାଦନ ବିଶିଷ୍ଟ ସାର କାରଖାନା ପ୍ରତିଷ୍ଠା ହେବ  ।

ସମ୍ବଲପୁରରେ ପ୍ରତିଷ୍ଠା ହେବ ଆଲୁମିନିୟମ ଫଏଲ ଶିଳ୍ପ  । ୮୩୪କୋଟି ବିନିଯୋଗରେ ଶିଳ୍ପ ପ୍ରତିଷ୍ଠା କରିବ ହିଣ୍ଡାଲକୋ, ନିଯୁକ୍ତି ପାଇବେ ୧୦୩୮ ଜଣ  । ଇଭି ଯାନ ବ୍ୟାଟେରୀ ପାଇଁ ବ୍ୟବହାର ହେଉଥିବା ଆଲୁମିନିୟମ ଫଏଲ ଏହି ଶିଳ୍ପ ଉତ୍ପାଦନ କରିବ  । ଖୋର୍ଦ୍ଧାରେ ନାରାୟଣୀ ଗ୍ରିନ ପ୍ୟାକ ପ୍ରତିଷ୍ଠା କରିବ ପେପର ବୋର୍ଡ ଉତ୍ପାଦନ ଶିଳ୍ପ  । ୫୦କୋଟି ୮୪ଲକ୍ଷ ବିନିଯୋଗରେ ପ୍ରତିଷ୍ଠା ହେବ ପେପର ପୋର୍ଡ କାରଖାନା, ନିଯୁକ୍ତି ପାଇବେ ୧୨୦ଜଣ  । ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ ସ୍ୱୟଂକ୍ରିୟ ଅଟା ମିଲ୍, ୫୮କୋଟି ୩୦ଲକ୍ଷ ବିନିଯୋଗରେ ମିଲ୍ ପ୍ରତିଷ୍ଠା କରିବ ମା’ ତାରିଣୀ ରୋଲର ଫ୍ଲୋର ମିଲ୍ସ, ଏହାଦ୍ବାରା ନିଯୁକ୍ତି ପାଇବେ ୭୫ ଜଣ  । ପୁରୀରେ ମିଲ୍କମନ୍ତ୍ରା ପକ୍ଷରୁ ପ୍ରତିଷ୍ଠା ହେବ ଦୁଗ୍ଧଜାତ ଉତ୍ପାଦ  । ୫୧କୋଟି ୧୦ଲକ୍ଷ ଟଙ୍କା ବିନିଯୋଗରେ ପ୍ରତିଷ୍ଠା ହେବାକୁ ଥିବା ଶିଳ୍ପରେ ୧୦୬୦ ଜଣ ନିଯୁକ୍ତି ପାଇବେ । ଝାରସୁଗୁଡ଼ାରେ ମେ ଫେୟାର ହୋଟେଲ ଆଣ୍ଡ ରିସର୍ଟସ ପ୍ରତିଷ୍ଠା କରିବ ହୋଟେଲ  । ହୋଟେଲ ପାଇଁ ଖର୍ଚ୍ଚ ହେବ ୭୩କୋଟି, ଏଥିରେ ନିଯୁକ୍ତି ପାଇବେ ୧୫୦ଜଣ  ।

Post Views12 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!