TSMLକୁ ସଷ୍ଟେନେବଲ୍ ମାଇନିଂ ପୁରସ୍କାର

ନୂଆଦିଲ୍ଲୀଠାରେ ଫେଡେରେଶନ୍ ଅଫ୍ ଇଣ୍ଡିଆନ୍ ମିନେରାଲ୍ ଇଣ୍ଡଷ୍ଟ୍ରିଜ୍ (ଫିମି) ଆୱାର୍ଡସ୍ ୨୦୨୨-୨୩ ଅବସରରେ ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ କୁ ଆଉ ଏକ ଜାତୀୟ ସ୍ତରୀୟ ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯାଇଛି। ସୁକିନ୍ଦା କ୍ରୋମାଇଟ୍ ଖଣିକୁ ଉକ୍ତ ପୁରସ୍କାର ପ୍ରଦାନ କରାଯାଇଛି।

ବିଶେଷକରି ଟାଟା ଷ୍ଟିଲର ସୁକିନ୍ଦା କ୍ରୋମାଇଟ୍ ଖଣି ସମ୍ମାନଜନକ ହିଣ୍ଡାଲ୍କୋ-ଆଦିତ୍ୟ ବିର୍ଲା ଆୱାର୍ଡ ଫର ସଷ୍ଟେନେବଲ୍ ମାଇନିଂ ପୁରସ୍କାରରେ ପୁରସ୍କୃତ ହୋଇଛି। ଏପରିକି ଜୈବବିବିଧତାର ସଂରକ୍ଷଣ ଓ ଦୀର୍ଘସ୍ଥାୟୀ ଖଣି ଖନନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୁକିନ୍ଦା କ୍ରୋମାଇଟ୍ ଖଣିକୁ ଉକ୍ତ ପୁରସ୍କାର ଦିଆଯାଇଛି।

ଏହି ପରିପ୍ରେକ୍ଷୀରେ ଖଣିର ପ୍ରଦର୍ଶନ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ସୁକିନ୍ଦା କ୍ରୋମାଇଟ୍ ଖଣିର ମୁଖ୍ୟ ଶମ୍ଭୁନାଥ ଝାଙ୍କୁ ମଧ୍ୟ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା। ଅପରପକ୍ଷରେ ଫିମି ପକ୍ଷରୁ ଆରମ୍ଭ କରାଯାଇଥିବା

ଏହି ପୁରସ୍କାର ସମାରୋହକୁ ଫିମିର ୫୭ତମ ବାର୍ଷିକ ସାଧାରଣ ବୈଠକ ଅବସରରେ ଆୟୋଜନ କରାଯାଇଥିଲା।
ଏ ସମ୍ପର୍କରେ ଟାଟା ଷ୍ଟିଲ୍ର ଫେରୋ ଆଲଏଜ୍ ଓ ମିନେରାଲ ଡିଭିଜନର ଏକ୍ଜିକ୍ୟୁଟିଭ୍ ଇନ୍ ଚାର୍ଜ ପଙ୍କଜ ସତିଜା କହିଛନ୍ତି, ଏହି ସମ୍ମାନଜନକ ପୁରସ୍କାର ପାଇ ଆମେ ଅତ୍ୟନ୍ତ ଖୁସି ଅଛୁ।

ବିଶେଷକରି ଆମର ବ୍ୟାପକ ଦୀର୍ଘସ୍ଥାୟୀ ଫ୍ରେମ୍ୱର୍କ ଏବଂ ଦାୟିତ୍ୱପୂର୍ଣ୍ଣ ଓ ନିରନ୍ତର ଖଣି ଅଭ୍ୟାସ ପ୍ରତି ଅତୁଟ ପ୍ରତିବଦ୍ଧତାକୁ ମାନ୍ୟତା ପ୍ରଦାନ କରିଥିବାରୁ ଆମେ ଜୁରୀ ସଦସ୍ୟଙ୍କୁ କୃତଜ୍ଞତା ଜଣାଉଛୁ। ଏପରିକି ପରିବେଶ ପ୍ରତି ଦାୟିତ୍ୱବାନ ଓ ଏକ ସଚେତନ କର୍ପୋରେଟ ହାଉସ୍ ଭାବେ ଟାଟା ଷ୍ଟିଲ୍ ପକ୍ଷରୁ ଏଫ୍ଏଏମ୍ଡିର କାର୍ଯ୍ୟକ୍ଷେତ୍ରଗୁଡ଼ିକରେ ଶକ୍ତି ଓ ଜଳ ଅଡିଟ୍ ସମେତ କ୍ରୋମାଇଟ୍ ଖଣିରେ ଅନେକ ଦୀର୍ଘସ୍ଥାୟୀ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଇଛି।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!