ପାରାଦୀପରେ ବସିବ ଇସ୍ପାତ କାରଖାନା,ହେବ ୩୮,୦୦୦ କୋଟି ନିବେଶ

ପାରାଦୀପ କାରଖାନା ଲାଗି ଏଏମ୍ଏନ୍ଏସ୍କୁ ୧୪୮୫ ଏକର ଜମି ପ୍ରଦାନ କରାଯାଇଛି। ଚଳିତ ବର୍ଷ ଡିସେମ୍ବର କିମ୍ବା ଆସନ୍ତା ବର୍ଷ ଜାନୁଆରି ସୁଦ୍ଧା ଏହି ପ୍ରକଳ୍ପର ଶିଳାନ୍ୟାସ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରକଳ୍ପରେ ୩୮ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ ବୋଲି ସେ କହିଛନ୍ତି।

ପାରାଦୀପ କାରଖାନାର ପରିବେଶ ମଞ୍ଜୁରି ପାଇଁ ଟର୍ମ ଅଫ୍ ରେଫରେନ୍ସ ଜାରି କରାଯାଇଛି ବୋଲି ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି । ଶିଳ୍ପପତି ଏଲ୍ ଏନ୍ ମିତ୍ତଲଙ୍କ ଆର୍ସେଲର ମିତ୍ତଲ ଓ ଜାପାନର ନିପନ ଷ୍ଟିଲ୍ର ମିଳିତ ଉଦ୍ୟମରେ ଗଠନ କରାଯାଇଥିବା ଯୌଥ ଉଦ୍ୟୋଗ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ (ଏଏମ୍ଏନ୍ଏସ୍) ପାରାଦୀପଠାରେ ସ୍ଥାପନ କରିବାକୁ ଥିବା ବାର୍ଷିକ ୭ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନାର ଶିଳାନ୍ୟାସ ୨୦୨୪ ଜାନୁଆରି ସୁଦ୍ଧା ହୋଇଯିବ। ଜଣେ ସରକାରୀ ଅଧିକାରୀ ଏହି ସୂଚନା ଦେଇଛନ୍ତି।

କଂପାନି ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ। ଅଧିଗ୍ରହଣ ଜରିଆରେ ସମ୍ପ୍ରସାରଣ ପସନ୍ଦ କରୁଥିବା ଆର୍ସେଲର ମିତ୍ତଲର ଏହା ହେଉଛି ଭାରତରେ ପ୍ରଥମ ନୂଆ କାରଖାନା ଯାହାକୁ କଂପାନି ନିଜେ ସ୍ଥାପନ କରିବ। ଏଏମ୍ଏନ୍ଏସ୍ରେ ଆର୍ସେଲର ମିତ୍ତଲର ୬୦ ପ୍ରତିଶତ ଅଂଶଧନ ଥିବା ବେଳେ ବଳକା ଅଂଶଧନ ନିପନ ଷ୍ଟିଲ୍ ପାଖରେ ରହିଛି।

ଓଡ଼ିଶାରେ ଏଏମ୍ଏନ୍ଏସ୍ର ଏକ ଲୁହାପଥର ଖଣି, ପାରାଦୀପରେ ଏକ ପାଇପ୍ଲାଇନ୍ ଓ ପେଲେଟ୍ କାରଖାନା ରହିଛି। ପାରାଦୀପ ବ୍ୟତୀତ କଂପାନି କେନ୍ଦ୍ରାପଡ଼ାରେ ଏକ କାରଖାନା ସ୍ଥାପନ କରିବାକୁ ଯୋଜନା ରଖିଛି। ତେବେ ସେହି କାରଖାନା ଲାଗି ଅଧିକ ସମୟ ଲାଗିପାରେ ବୋଲି କୁହାଯାଉଛି। ଯେଉଁ ଜମିରେ ଏଏମ୍ଏନ୍ଏସ୍ ଏହାର କାରଖାନା ସ୍ଥାପନ କରିବ ତାହାର କିଛି ଅଂଶ ଏବେବି ଜବରଦଖଲରେ ରହିଛି। ସେଠାରୁ ଜବରଦଖଲ ହଟାଇ ସ୍ତାନୀୟ ପ୍ରଶାସନ ଯେତେଶୀଘ୍ର କଂପାନିକୁ ଜମି ହସ୍ତାନ୍ତର କରିବେ, ସେଠାରେ ସେତେ ଶୀଘ୍ର କାମ ଆରମ୍ଭ ହେବ ବୋଲି କୁହାଯାଉଛି।

Post Views22 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!