ଚାରିଜଜଣ ଶିକ୍ଷା ଅଧିକାରୀଙ୍କୁ ସମ୍ମାନଜନକ ଜାତୀୟ ପୁରସ୍କାର

ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ବିଭିନ୍ନ ସ୍ତରରେ କାର୍ଯ୍ୟରତ ଚାରିଜଜଣ ଶିକ୍ଷା ଅଧିକାରୀଙ୍କୁ ଶିକ୍ଷା ପ୍ରଶାସନ କ୍ଷେତ୍ରରେ ଅଭିନବ ପ୍ରୟାସ ପାଇଁ ବିଭିନ୍ନ ବର୍ଷ (୨୦୨୦ -୨୦୨୧ ଓ ୨୦୨୧ -୨୦୨୨ ) ପାଇଁ ମିଳିଛି ସମ୍ମାନଜନକ ଜାତୀୟ ପୁରସ୍କାର। ଏହି ତାଲିକାରେ ଅଛନ୍ତି କଟକ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ରାଉତ, ପ୍ରାକ୍ତନ ବ୍ଲକ ଶିକ୍ଷା ଅଧିକାରୀ, ବାଲିପାଟଣା ତଥା ବର୍ତ୍ତମାନର ଉପ ନିର୍ଦ୍ଦେଶକ ମହେଶ୍ଵର ସାହୁ, ଭୁବନେଶ୍ବର ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପ୍ରଜ୍ଞା ପାରମିତା ଜେନା ଓ ଗଞ୍ଜାମ ବ୍ଲକ ଶିକ୍ଷା ଅଧିକାରୀ ଭାଗୀରଥୀ ବେହେରା।
ଭାରତ ସରକାରଙ୍କ ତରଫରୁ ଜାତୀୟ ଶୈକ୍ଷିକ ଯୋଜନା ଓ ପ୍ରଶାସନ ଅନୁଷ୍ଠାନ (ଏନଆଇଇପିଏ) ଦ୍ଵାରା ନୂଆଦିଲ୍ଲୀର ଡକ୍ଟର ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ର, ୧୫ ଜନପଥ, ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ମାନନୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଉପରୋକ୍ତ ଶିକ୍ଷା ଅଧିକାରୀମାନେ ଏହି ସମ୍ମାନଜନକ ଜାତୀୟ ପୁରସ୍କାର ଗ୍ରହଣ କରି ଜାତୀୟ ସ୍ତରରେ ଓଡ଼ିଶାର ସମ୍ମାନ ବୃଦ୍ଧି କରିଛନ୍ତି।

Post Views63 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!