STPI ବସାଇବ ‘ଇନୋଭେସନ୍ ଟାୱାର

ଏସ୍ଟିପିଆଇ, ଟାଇ-ଦିଲ୍ଲୀ ଏନ୍ସିଆର ଓ ଟାଇ ଭୁବନେଶ୍ବର ସହଯୋଗରେ ଆୟୋଜନ କରାଯାଇଥିବା ଲିପ୍ ଆହେଡ୍ ଷ୍ଟାର୍ଟଅପ୍ ସମ୍ମିଳନୀରେ ଯୋଗ ଦେଇଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟରେ ଏସ୍ଟିପିଆଇର ଚାରିଟି ସଫ୍ଟୱେର ଟେକ୍ନୋଲୋଜି ପାର୍କ ରହିଛି ଭୁବନେଶ୍ବର, ବାଲେଶ୍ବର, ବ୍ରହ୍ମପୁର ଓ ରାଉରକେଲାରେ। ଏହା ବ୍ୟତୀତ ଯାଜପୁର, କୋରାପୁଟ, ରାଉରକେଲା ଓ ସମ୍ବଲପୁରରେ ଆଉ ଚାରିଟି ପାର୍କ ସ୍ଥାପନ କରାଯାଉଛି।ସଫ୍ଟୱେର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସ୍ଟିପିଆଇ) ପକ୍ଷରୁ ଭୁବନେଶ୍ବରରେ ଏକ ଇନୋଭେସନ ଟାୱାର ସ୍ଥାପନ କରାଯିବ।

ଫର୍ଚୁନ ଟାୱାରଠାରୁ ୨୦୦ ମିଟର ଦୂରରେ ଏହି ୧୨ ମହଲା କୋଠା ନିର୍ମାଣ କରାଯିବ ବୋଲି ଏସ୍ଟିପିଆଇର ନିର୍ଦ୍ଦେଶକ (ଓଡ଼ିଶା) ସୂର୍ଯ୍ୟ କୁମାର ପଟ୍ଟନାୟକ କହିଛନ୍ତି। ୨୦୨୪ ଜାନୁଆରିରେ ଯାଜପୁର ଓ ମାର୍ଚ୍ଚ ସୁଦ୍ଧା ରାଉରକେଲା ଏସ୍ଟିପିଆଇ କାର୍ଯ୍ୟକ୍ଷମ ହେବାର ଆଶା ରହିଛି। କୋରାପୁଟରେ ସ୍ଥାପନ କରାଯାଇଥିବା ଏସ୍ଟିପିଆଇର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। କିଛି ମଞ୍ଜୁରି ମିଳିବା ପରେ ତାହା କାର୍ଯ୍ୟକ୍ଷମ ହେବ। ୨୦୨୪ ସୁଦ୍ଧା ସମସ୍ତ ଚାରିଟି ନୂଆ ଏସ୍ଟିପିଆଇ କାର୍ଯ୍ୟକ୍ଷମ ହୋଇଯିବ ସେ କହିଛନ୍ତି। ଫର୍ଚୁନଟାୱାରରେ ୫୦୦୦ ବର୍ଗଫୁଟରେ ଇମର୍ଜିଂ ଟେକ୍ନୋଲୋଜି ସଂକ୍ରାନ୍ତ ଏକ ଉଦ୍ୟମିତା କେନ୍ଦ୍ର ସ୍ଥାପନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ୨୦୨୨-୨୩ରେ ରାଜ୍ୟରୁ ୬୫୦୦ କୋଟି ଟଙ୍କାର ସଫ୍ଟୱେର ରପ୍ତାନି ହୋଇଥିଲା।

ଲିପ୍ ଫରୱାର୍ଡ କାର୍ଯ୍ୟକ୍ରମକୁ ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଉଦ୍ଘାଟନ କରି କହିଛନ୍ତି ଯେ ରାଜ୍ୟରେ ୧୭୮୦ ଷ୍ଟାର୍ଟଅପ୍ ଥିବା ବେଳେ ୨୦୨୫ ସୁଦ୍ଧା ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ମହିଳାଙ୍କ ନେତୃତ୍ବରେ ପରିଚାଳିତ ଷ୍ଟାର୍ଟଅପ୍କୁ ଆଇଡିଆ ସ୍ତରରେ ମାସିକ ୨୦,୦୦୦ ଟଙ୍କା, ଉତ୍ପାଦ ବିକାଶ ସ୍ତର ଓ ମାର୍କେଟିଂ ସହାୟତା ବାବଦରେ ୧୬ ଲକ୍ଷ ଟଙ୍କା ଦିଆଯାଉଛି ବୋଲି ସେ କହିଛନ୍ତି। ଲିପ୍ ଫରୱାର୍ଡ ହେଉଛି ଏକ ସର୍ବଭାରତୀୟ ଅଭିଯାନ ଯେଉଁଥିରେ ୧୫ଟି ଷ୍ଟାର୍ଟଅପ୍କୁ ୧ କୋଟି ଟଙ୍କା ଲେଖାଏଁ ପାଣ୍ଠି ପ୍ରଦାନ କରାଯିବ।

Post Views20 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!