ଧନୀ ତାଲିକାରେ ଶ୍ରେଷ୍ଠ ୨୦କୁ ଫେରିଲେ ଆଦାନି

ଆଦାନି ଗ୍ରୁପ୍ ଅଧୀନରେ ଥିବା ବିଭିନ୍ନ ସଂସ୍ଥାର ସେୟାର ମୂଲ୍ୟ ବଢ଼ିବା ଯୋଗୁଁ ବ୍ଲୁମ୍ବର୍ଗ ବିଲିଓନେୟାର ସୂଚୀ ଅନୁସାରେ ୬୬୭୦ କୋଟି ଡଲାର ସମ୍ପତ୍ତି ସହ ସେ ବିଶ୍ବ ଧନୀ ତାଲିକାର ୧୯ତମ ସ୍ଥାନରେ ରହିଛନ୍ତି। ସେ ପୁଣି ଥରେ ବିଶ୍ବର ଶ୍ରେଷ୍ଠ ୨୦ ଧନୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ହିଣ୍ଡେନ୍ବର୍ଗ ରିପୋର୍ଟ ପ୍ରକାଶ ପାଇବା ପୂର୍ବରୁ ଆଦାନି ବିଶ୍ବର ତୃତୀୟ ବଡ଼ ଧନୀ ଥିଲେ।
ତାଲିକାର ଶୀର୍ଷ ସ୍ଥାନରେ ଟେସ୍ଲା ମୁଖ୍ୟ ଏଲନ୍ ମସ୍କ ଥିବା ବେଳେ ଦ୍ବିତୀୟରେ ଆମାଜନର ଜେଫ୍ ବେଜୋସ୍, ତୃତୀୟରେ ଲୁଇ ଭୁଟନର ବର୍ନାର୍ଡ ଆର୍ନଲ୍ଟ, ଚତୁର୍ଥରେ ମାଇକ୍ରୋସଫ୍ଟର ବିଲ୍ ଗେଟ୍ସ, ପଞ୍ଚମରେ ମାଇକ୍ରୋସଫ୍ଟର ପୂର୍ବତନ ସିଇଓ ଷ୍ଟିଭ୍ ବାଲ୍ମର୍ ରହିଛନ୍ତି। ତାଲିକାର ତ୍ରୟୋଦଶ ସ୍ଥାନରେ ମୁକେଶ ଅମ୍ବାନି ରହିଛନ୍ତି।
ନିବେଶକମାନଙ୍କୁ ୧.୩୪ ଲକ୍ଷ କୋଟି ଟଙ୍କାର ଲାଭ ମିଳିଥିଲା। ଏହା ଦ୍ବାରା ନିଜେ ଆଦାନି ମଧ୍ୟ ଉପକୃତ ହୋଇଛନ୍ତି।

Post Views26 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!