ଅଷ୍ଟ୍ରେଲିଆ ଟାଇଟଲ୍ ହାତେଇ ଥିବାବେଳେ ବିବାଦରେ ପଡ଼ିଥିଲେ ଟିମ୍ ପ୍ଲେୟର ମିଚେଲ ମାର୍ଶ। ବିଜୟ ପରେ ମାର୍ଶ ବିଶ୍ୱକପ ଟ୍ରଫି ଉପରେ ଗୋଡ଼ ଥୋଇ ଉଠାଇଥିବା ଫଟୋ ଭାଇରାଲ୍ ହୋଇଥିଲା Sen.com.au କୁ ପ୍ରତିକ୍ରିୟା ଦେବା ସମୟରେ ମାର୍ଶ କହିଛନ୍ତି, “ଭାଇରାଲ୍ ହୋଇଥିବା ଫଟୋରେ ଅସମ୍ମାନ ବୋଲି ତ କିଛି ନାହିଁ। କହିବାକୁ ଗଲେ, ମୁଁ ଏ ଉପରେ ବେଶି କିଛି ଚିନ୍ତା କରିନି।
ଯଦିଓ ସୋଶାଲ ମିଡିଆରେ ଏସବୁ ବନ୍ଦ ହୋଇଗଲାଣି ବୋଲି କହୁଛନ୍ତି, ତଥାପି ମୁଁ ସୋଶାଲ ମିଡିଆରେ ସେପରି କିଛି ଦେଖିନି। ଏମିତିରେ ବି ଏ ଫଟୋରେ କିଛି ନାହିଁ।”
ଆପଣ ଦ୍ୱିତୀୟ ଥର ଏପରି କରିବେ କି ପ୍ରଶ୍ନରେ ମାର୍ଶ କହିଛନ୍ତି, “ଯଦି ସାଧୁତାର ସହ କହିବି, ତେବେ ନିଶ୍ଚିତ ରୂପେ ହଁ…।”

