ଉତ୍ତରକାଶୀରେ ଟନେଲ ଭିତରେ ଶ୍ରମିକମାନେ ୧୭ଦିନ ଫସି ରହିଥିଲେ। ଶ୍ରମିକମାନଙ୍କୁ ୨୮ ତାରିଖରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।ଉତ୍ତରକାଶୀ ଟନେଲ୍ରୁ ସୁରକ୍ଷିତ ଉଦ୍ଧାର ହୋଇଥିବା ୫ ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୪ ଜଣ ଶ୍ରମିକ ଆଜି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଶ୍ରମମନ୍ତ୍ରୀ ସାରଦା ନାୟକଙ୍କ ସହ ଓଡ଼ିଶାରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ଶ୍ରମିକଙ୍କୁ ଫୁଳମାଳ ଦେଇ ସ୍ବାଗତ କରାଯାଇଥିଲା। ଘରକୁ ଫେରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଉଦ୍ଧାର ଶ୍ରମିକ । ଏଥିସହ ସେମାନେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ। ତପନ ମଣ୍ଡଳଙ୍କୁ ଛାଡ଼ି ବାକି ୪ ଶ୍ରମିକ ପହଞ୍ଚିଛନ୍ତି। ତପନ ନିଜ ଭାଇଙ୍କ ସହ ପରେ ଆସି ପହଞ୍ଚିବା ସୂଚନା ।

