ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ। ପୁରୁଷ ୫୦ ମିଟର ରାଇଫଲ୍ ସୁଟିଂରେ ଭାରତକୁ ମିଳିଲା ପଦକ । ନିଜର ପ୍ରଥମ ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିଲେ ଭାରତର ସ୍ୱପ୍ନିଲ କୁଶାଲେ । ଏହି ପଦକ ସହ ଚଳିତ ଅଲମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୩ରେ ପହଞ୍ଚିଛି । ଏହା ପୂର୍ବରୁ ସୁଟିଂରେ ଭାରତକୁ ଦୁଇଟି ପଦକ ମିଳିସାରିଛି ।
ଅଲିମ୍ପିକ୍ସ ପୁରୁଷ ୫୦ ମିଟର ରାଇଫଲ୍ ଥ୍ରୀ ପୋଜିସନ୍ ପ୍ରଥମ ଭାରତୀୟ ଭାବେ ସ୍ୱପ୍ନିଲ ମେଡାଲ ଜିତିଛନ୍ତି । ତେବେ ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ପାଇଁ ସୁଟିଂ ଇଭେଣ୍ଟରେ ତିନୋଟି ପଦକ ଜିତିଛି

