ଝାଡ଼ଖଣ୍ଡ ସହ ଏହାର ପଡୋଶୀ ରାଜ୍ୟରେ ଘୁର୍ଣ୍ଣିବଳୟ ସକ୍ରିୟ ହେବ ସହ ମୌସୁମୀ ପ୍ରଭାବରେ ଲାଗି ରହିଛି ଲଗାଣ ବର୍ଷା । ଆଜି କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିପରି ବଲାଙ୍ଗୀର, ମୟୁରଭଞ୍ଜ, ସମ୍ୱଲପୁର ଓ ପୁରୀ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି । ଅତି ପ୍ରବଳ ବର୍ଷା ହେତୁ କମ ଦୃଶ୍ୟମାନ ସାଙ୍ଗକୁ ରାସ୍ତା ଓ ପୋଲରେ ପାଣି ବୋହିବା ସମ୍ଭାବନା ରହିଛି । ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା ଥିବାରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ।
ଅନ୍ୟପଟେ ଆସନ୍ତା ୩ ତାରିଖ ପ୍ରଯ୍ୟନ୍ତ ରାଜ୍ୟରେ ଅନେକ ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

