ଅଗଷ୍ଟ ୧ରୁ ଦେଶରେ ବଦଳିଲା ୫ ନିୟମ

ଅଗଷ୍ଟ ୧ରୁ ଦେଶରେ ବଦଳିଲା ୫ ନିୟମ । ଫାସଟ୍ୟାଗ କେୱାଇସିଠୁ ନେଇ ଏଲପିଜି ସିଲିଣ୍ଡର ଦରରେ ହ୍ରାସ , ଆଇଟିଆର ଦାଖଲ ନିୟମ ଉଲଙ୍ଘନରେ ଦଣ୍ଡବିଧାନ, କ୍ରେଡିଟ୍ କାର୍ଡ ନିୟମ ଏବଂ ଗୁଗଲ ମ୍ୟାପ୍ ବ୍ୟବହାରରେ ପରିବର୍ତ୍ତନ ହୋଇଛି । ଯାହାର ସିଧାସଳଖ ପ୍ରଭାବ ଜନସାଧାରଣଙ୍କ ଉପରେ ପଡିଛି । ଗତ ମାସରେ ସରକାର ୧୯ କିଲୋଗ୍ରାମ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ହ୍ରାସ କରିଥିଲେ । ଏଭଳି ପରିସ୍ଥିତିରେ ସରକାର ଅଗଷ୍ଟ ମାସରେ ମଧ୍ୟ ସିଲିଣ୍ଡର ମୂଲ୍ୟ ହ୍ରାସ କରିପାରନ୍ତି ବୋଲି ଆଶା କରାଯାଉଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କର ଅଫିସିଆଲ ୱେବସାଇଟର ସୂଚନା ଅନୁଯାୟୀ ଅଗଷ୍ଟରେ ମୋଟ ୧୩ ଦିନ ବ୍ୟାଙ୍କ ଛୁଟି ରହିବ । ଏପରି ସ୍ଥିତିରେ ଜନସାଧାରଣଙ୍କ ବ୍ୟାଙ୍କି ସମ୍ବନ୍ଧୀୟ କାର୍ଯ୍ୟ ମଧ୍ୟ ପ୍ରଭାବିତ ହେବ। ସେହିପରି ଆଇଟିଆର ଦାଖଲ ନିୟମରେ ମଧ୍ୟ ଆଜିଠୁ ସାମାନ୍ୟ ପରିବର୍ତ୍ତନ ହୋଇଛି । ପୂର୍ବରୁ କରଦାତାମାନେ ଆଇଟିଆର ଦାଖଲରେ ବିଳମ୍ବ କରୁଥିଲେ ଆୟକର ବିଭାଗ ଆଉ ଏକ ସୁଯୋଗ ଦେଉଥିଲା । ଏବେ କିନ୍ତୁ ଏଥିରେ ବିଳମ୍ବ ହେଲେ କରଦାତାଙ୍କୁ ଜରିମାନା ଦେବାକୁ ହେବ । ଆଇଟିଆଇ ଦାଖଲ ବିଳମ୍ବରେ ଆୟ ୫ଲକ୍ଷରୁ କମ୍ ଥିଲେ ୧୦୦୦ଟଙ୍କାର ଜରିମାନା ବ୍ୟବସ୍ଥା କରାଯାଇଛି ।

୫ଲକ୍ଷରୁ ଅଧିକ ଆୟ ଥିବା କରଦାତା ୫୦୦୦ଟଙ୍କା ଜରିମାନା ଦେବେ । ଆଜିଠୁ ଗୁଗୁଲ ମ୍ୟାପ ମଧ୍ୟ ଭାରତରେ ପ୍ରଦାନ କରୁଥିବା ସେବାରେ ପରିବର୍ତ୍ତନ କରିଛି, ଅଗଷ୍ଟ ୧ରୁ ଗୁଗୁଲ ମ୍ୟାପ ନିଜର ସେବା ଦେୟକୁ ୭୦ ପ୍ରତିଶତ ହ୍ରାସ କରିଛି, ଯାହାଦ୍ବାରା ଅଧିକରରୁ ଅଧିକ ଅଂଶୀଦାର ଯୋଗଦାନ କରିପାରିବେ। ସେହିପରି ଆଜିଠୁ ଏଚଡିଏଫସି ବ୍ୟାଙ୍କ ମଧ୍ୟ ନିଜର କ୍ରେଡିଟ କାର୍ଡ ନିୟମରେ ମଧ୍ୟ ପରିବର୍ତ୍ତନ କରିଛି। ଏଚଡିଏଫସି କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିବା ବ୍ୟବହାରକାରୀ ମାନଙ୍କୁ ଏଣିକି ଖର୍ଚ୍ଚ ଉପରେ ଅତିରିକ୍ତ ଦେୟ ପ୍ରଦାନ କରିବାକୁ ପଡ଼ିବ। ବିଭିନ୍ନ ଅନଲାଇନ ପେମେଣ୍ଟ ସମୟରେ କେଡ୍ରିଟ୍ କାର୍ଡ ବ୍ୟବହାରକାରୀଙ୍କୁ ୧ ପ୍ରତିଶତ ଅଧିକ ଚାର୍ଜ ଦେବାକୁ ହେବ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!