‘ହେଲ୍‌ଥ ଏଜ୍‌ ଇନ୍‌ସ୍ୟୁରାନ୍ସ’ର ଶୁଭାରମ୍ଭ

ଏସ୍‌ବିଆଇ ଜେନେରାଲ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଏକ ସମ୍ପୂର୍ଣ୍ଣ କଷ୍ଟମାଇଜେବଲ ଡିଜିଟାଲ ସ୍ବାସ୍ଥ୍ୟ ଉପତ୍ାଦ ‘ହେଲ୍‌ଥ ଏଜ୍‌ ଇନ୍‌ସ୍ୟୁରାନ୍ସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ସ୍ବାସ୍ଥ୍ୟସେବାକୁ ସୁଲଭ ତଥା ସରଳ ଭାବେ ଦେଶର ବିଭିନ୍ନ ଅଞ୍ଚଳରେ ଉପଲବ୍ଧ କରାଇବା ପାଇଁ ଏକ ଉଦ୍ଦେଶ୍ୟ ସହିତ ଆମେ ହେଲ୍‌ଥ ଏଜ୍‌ ଇନ୍‌ସ୍ୟୁରାନ୍ସର ଶୁଭାରମ୍ଭ ସେହିଭଳି ଏହା ଆମର ଗ୍ରାହକମାନଙ୍କୁ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଉତ୍ପାଦ ଯୋଗାଇବା ସହ ସେମାନଙ୍କର ପସନ୍ଦର ପ୍ଲାନ୍‌ ପ୍ରସ୍ତୁତ କରିବାକୁ ସକ୍ଷମ କରିବ ବୋଲି ନିର୍ଦ୍ଦେଶକ ଆନନ୍ଦ ପେଜୱାର ମତପ୍ରକାଶ କରିଛନ୍ତି।

ଏପରିକି କମ୍ପାନୀ ୯ଟି ମୌଳିକ କ୍ଷତିପୂରଣ କଭର ଏବଂ ୧୮ଟି ଇଚ୍ଛାଧୀନ କଭର ସହ ଏକ ବ୍ୟାପକ ପ୍ଲାନ୍‌ ଅଫର ପ୍ରଦାନ କରୁଛି। ବିଶେଷକରି ଗ୍ରାହକମାନଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଏକ ଟେଲର ମେଡ୍‌ ସ୍ବାସ୍ଥ୍ୟ ବୀମା ପଲିସି ଡିଜାଇନ କରିବାକୁ ଏହା ଅନୁମତି ଦେଇଥାଏ। ଫଳରେ ଗ୍ରାହକମାନଙ୍କୁ ଏହା ଏକ ସୁବିଧାଜନକ ଏବଂ ଚିନ୍ତାମୁକ୍ତ ଅଭିଜ୍ଞତା ପ୍ରଦାନ କରିଥାଏ।

ସେହିଭଳି ୩ ବର୍ଷ ପର୍ଯ୍ୟନ୍ତ ଦୀର୍ଘକାଳୀନ ପଲିସି ବିକଳ୍ପ ସହ ଉକ୍ତ ପଲିସି ଏକାଧିକ ରାଶି ବୀମା ବିକଳ୍ପ ସହ ୩ ଲକ୍ଷରୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରିଥାଏ। ବିଶେଷକରି ଦୀର୍ଘମିଆଦୀ ପଲିସି ୩ ବର୍ଷ ପାଇଁ ଉପଲବ୍ଧ ରହିଛି। ଉଲ୍ଲେଖଯୋଗ୍ୟ, ହେଲ୍‌ଥ ଏଜ୍‌ ପଲିସି କିଣିବା ପାଇଁ ପ୍ରବେଶ ବୟସ ଧାର୍ଯ୍ୟ କରାଯାଇଛି।

ବୟସ୍କମାନଙ୍କ ପାଇଁ ୧୮ ରୁ ୬୫ ବର୍ଷ ଏବଂ ପିଲାମାନଙ୍କ ପାଇଁ ୯୧ଦିନ ରୁ ୩୦ ବର୍ଷ ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ ରହିଛି। ଏ ସମ୍ପର୍କରେ ଏସ୍‌ବିଆଇ ଜେନେରାଲ ଇନ୍‌ସ୍ୟୁରାନ୍ସର ହୋଲ୍‌-ଟାଇମ୍‌ ନିର୍ଦ୍ଦେଶକ ଆନନ୍ଦ ପେଜୱାର କହିଥିଲେ, ଆମେ ଗ୍ରାହକମାନଙ୍କୁ ଏକ ସରଳୀକୃତ ଏବଂ ଅଭିନବ ରିସ୍କ ସମାଧାନ ଯୋଗାଇଦେବାରେ ସର୍ବଦା ଆଗରେ ରହିଛୁ, ଯାହା ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିଥାଏ।

Post Views46 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!