ଡେଡ୍‌ ସି, ବା ମୃତ ସମୁଦ୍ର, ଏହି ସମୁଦ୍ରରେ ବୁଡନ୍ତିନି ମଣିଷ?

ପୃଥିବୀରେ ଅନେକ ଅଜବ ସ୍ଥାନ ରହିଛି । ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଏଇ ଯେମିତି ଡେଡ୍‌ ସି। ଇସ୍ରାଏଲର ମରୁଭୂମିରେ ଏହି ବିଶାଳ ସମୁଦ୍ର ଯେଉଁଠି ମଣିଷ ଚାହିଁଲେ ବି ବୁଡିବ ନାହିଁ। ଏହାର ଆଉ ଏକ ଆଶ୍ଚର୍ଯ୍ୟ କଥା ହେଲା ସମୁଦ୍ର କୂଳରେ ରହିଛି ଲୁଣର ବନ୍ଧ । ଯେବେଠୁ ପୃଥିବୀର ସୃଷ୍ଟି ହୋଇଛି ସେବେଠାରୁ ଏହି ଲୁଣ ପାହାଡ ଠିଆ ହୋଇଛି। ଏଠାରେ ବର୍ଷା ହୁଏ ନାହିଁ ତେଣୁ ଏହି ପାହାଡ଼ ବି ଭାଙ୍ଗୁ ନାହିଁ। ଏହି ସମୁଦ୍ରରେ ୩୫ ପ୍ରତିଶତ ମିନେରାଲ ଏବଂ ବାକି ଲୁଣର ମାତ୍ରା ଅଧିକ ରହିଛି । ଏହି ସମୁଦ୍ରର ପାଣି ସବୁଠୁ ଅଧିକ ଲୁଣିଆ। ଏତେ ଲୁଣିଆ ଯେ, ଏହି ସମୁଦ୍ର ଭିତରେ କୌଣସି ପ୍ରକାରର ମାଛ କି ସମୁଦ୍ର ଗଛ ଆପଣ ଦେଖିବେ ନାହିଁ । କିଛି ଜୀବାଣୁ ଏହି ସମୁଦ୍ର ଭିତରେ ଅଛନ୍ତି ଯାହା ଖାଲି ଆଖିରେ ଦେଖାଯାଆନ୍ତି ନାହିଁ । ଏହି କାରଣରୁ ଏହି ସମୁଦ୍ର ର ନାଁ Dead Sea ବା ମୃତ ସମୁଦ୍ର କୁହାଯାଏ । ପୃଥିବୀର ମଧ୍ଯପୂର୍ବ ଭାଗରୁ ଏକ ନଦୀ ବହି ଆସିଛି ଯାହା ସିଧା ସମୁଦ୍ର ମୁହଁରେ ବାଜୁଛି ହେଲେ ଆଶ୍ଚର୍ଯ୍ୟ କଥା ହେଲା ଏହା ସମୁଦ୍ର ଭିତରେ ମିଶୁନାହିଁ। ଆପେ ଆପେ ବାଟ କାଟି ବହି ଯାଉଛି । ଅନ୍ୟ ଛୋଟ ଛୋଟ ନଦୀର ଶାଖା ଏହି ମୃତ ସାଗରରେ ମିଶିଯାଇଛି, ହେଲେ ସେହି ନଦୀ ସହ ଭାସି ଆସିଥିବା ଛୋଟ ଛୋଟ ମାଛ ମୃତ ସାଗରରେ ପଡିବା କ୍ଷଣି ମରି ଯାଆନ୍ତି। ଏହି ସମୁଦ୍ରରେ ଛୋଟ ଛୋଟ ନଦୀ ମିଶିଛି ହେଲେ ଏହି ସମୁଦ୍ରରୁ କୌଣସି ନଦୀ ବାହାରିନି । ଏହି ସମୁଦ୍ରରୁ ପାଣି ସିଧା ସୂର୍ଯ୍ୟ କିରଣରେ ବାଷ୍ପ ହୋଇ ଉପରକୁ ଉଠେ।
ଜୀବଜନ୍ତୁଙ୍କ ପାଇଁ ନର୍କ ସାବ୍ୟସ୍ତ ହୋଇଛି ଏହି ମୃତ ସାଗର। ହେଲେ ମଣିଷଙ୍କ ପାଇଁ ଏକ ପ୍ରକାର ବରଦାନ ହୋଇଛି। ମୃତ ସାଗରର ମାଟିରେ ମାଗ୍ନେସିୟମ, କ୍ୟାଲସିୟମ, ପୋଟାସିୟମ, ସୋଡ଼ିୟମ, ସଲ୍ଫର୍ ଏବଂ ଅନ୍ୟ ପଦାର୍ଥ ମିଶିଥିବାରୁ ଏହାର ମାଟି ଏବଂ ପାଣିରେ ରୋଗ ପ୍ରତିଶୋଧକ ଶକ୍ତି ବଢିଯାଏ। ଯାହା ମଣିଷଙ୍କ ଚର୍ମ ପାଇଁ ବହୁ ଲାଭଦାୟକ ହୋଇଥାଏ। ଏହି ସମୁଦ୍ର କୂଳରେ ଥିବା ଓଦା ମାଟି ରୋଗ ମୁକ୍ତ କରୁଥିବାରୁ, ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ଭିଡ ଜମେ । ଏବଂ ସମୁଦ୍ର ଭିତରେ ପାଣିରେ ଭାସିବାର ମଜା ଉଠାନ୍ତି। ଯେହେତୁ ଏହି ସମୁଦ୍ର ପାଣି ଓଜନିଆ ତେଣୁ ଏଥିରେ କେହି ମଣିଷ ବୁଡ଼ନ୍ତି ନାହିଁ, ତେଣୁ ପର୍ଯ୍ୟଟକ ପାଣି ଉପରେ ଭସିବାର ମଜା ନିଅନ୍ତି।
ତେବେ ଏହି ମାଟିରେ ଏତେ ଗୁଣ ଥିବା ଜାଣିବା ପରେ ଅନେକ ମଲ୍ଟି ନ୍ୟାସନାଲ କମ୍ପାନୀ, ଏହି ମାଟିକୁ ବିକ୍ରି କରି ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି। ସମଗ୍ର ବିଶ୍ବରୁ ରୋଗ ମୁକ୍ତ ହେବାପାଇଁ ଲୋକ ଏହି ସମୁଦ୍ର ପାଖକୁ ଟାଣି ହୋଇ ଆସୁଛନ୍ତି । ଯାହା ପାଇଁ ଏହି ଅଞ୍ଚଳରେ ଲୋକ ମନେ ବ୍ୟବସାୟ ବଢ଼ାଇବା ସହିତ, ଅର୍ଥନୀତି ମଧ୍ୟ ସୁଦୃଢ଼ ହୋଇ ପାରୁଛି। ମୃତ ସାଗର ପାଣିରେ ବହୁତ୍ ଲୁଣ ଥିବାରୁ ଏହାର ଘନତ୍ଵ ମାନେ ଓଜନ ସମୁଦ୍ର ପାଣି ଠାରୁ ବହୁତ୍ ଅଧିକ ବଢିଯାଏ, ଯାହା ଫଳରେ ଲୋକ ଘଣ୍ଟା ଘଣ୍ଟା ପାଣି ଉପରେ ଶୋଇ ରୁହନ୍ତି। ପାଣିରେ ନବୁଡ଼ି ଏଭଳି ଭସିବା ହିଁ ଏହି ସମୁଦ୍ରକୁ ଆସିବା ପାଇଁ ଲୋକଙ୍କୁ ଆକର୍ଷିତ କରେ ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!