କ୍ୟାନ୍ସର ଭଳି ଏକ ମାରାତ୍ମକ ରୋଗର ଚିକିତ୍ସା ଲାଗି ରୁଷିଆ ଗବେଷକମାନଙ୍କୁ ବଡ଼ ସଫଳତା ମିଳିଛି। ଏହି ରୋଗର ନିଦାନ ଲାଗି ରୁଷୀୟ ଗବେଷକମାନେ ଏକ ଟିକା ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି। ଗବେଷକମାନେ ‘ ଏମଆରଏନଏ’ ଟିକା ପ୍ରସ୍ତୁତ କରିଛନ୍ତି ଯାହାକି କ୍ୟାନ୍ସର ଚିକିତ୍ସା ଲାଗି ଉପଯୋଗୀ ହେବ ବୋଲି ରୁଷିଆର ରେଡିଓଲୋଜି ମେଡିକାଲ ରିସର୍ଚ୍ଚ ସେଣ୍ଟର ନିର୍ଦ୍ଦେଶକ କହିଛନ୍ତି।
ରୁଷିଆର ବିଭିନ୍ନ ଗବେଷଣା କେନ୍ଦ୍ର ସମନ୍ବୟରେ ପ୍ରସ୍ତୁତ କରାଯାଇଥିବା ଏହି ଟିକା ଶରୀରରେ କ୍ୟାନ୍ସର କୋଷକୁ ନଷ୍ଟ କରିବା ସହିତ ଟ୍ୟୁମର ବୃଦ୍ଧିକୁ ମଧ୍ୟ ରୋକିପାରିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ଏହି ଟିକାର ପରୀକ୍ଷାନିରୀକ୍ଷା ଶେଷ ହେବା ସହ କ୍ଲିନିକାଲ ଟେଷ୍ଟ ମଧ୍ୟ ଶେଷ ହୋଇଛି। ଆସନ୍ତାବର୍ଷ ଠାରୁ ଏହି ଟିକା ରୋଗୀମାନଙ୍କ ଲାଗି ମାଗଣାରେ ଉପଲବ୍ଧ କରାଯିବ ବୋଲି ରୁଷିଆର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

