ଆସନ୍ତା ୧୫ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଓଡ଼ିଶା ଗସ୍ତରେ ଆସିବେ। ସେ ଆସନ୍ତା ୧୫ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଉରକେଲାରେ ଆୟୋଜିତ ‘ଜନଜାତି ଗୌରବ ଦିବସ’ କାର୍ଯ୍ୟକ୍ରମରେ ଯୋଗ ଦେବେ।ନଭେମ୍ବର ୧୫ ତାରିଖରେ ପଡ଼ୁଛି ସହିଦ ବୀରସା ମୁଣ୍ଡାଙ୍କ ଜନ୍ମତିଥି। ଏହି ଦିନ ଜନଜାତି ଗୌରବ ଦିବସ ପାଳିତ ହେବ। ଏହି ଏକ ବର୍ଷବ୍ୟାପୀ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ। ଏହା ୧୫ରୁ ଆରମ୍ଭ ହୋଇ ଏକ ବର୍ଷ ଯାଏ ଚାଲିବ।

ତାଙ୍କର ସୂଚନା ଅନୁଯାୟୀ, ନଭେମ୍ବର ୧୫ ତାରିଖରେ ପଡ଼ୁଛି ସହିଦ ବୀରସା ମୁଣ୍ଡାଙ୍କ ଜନ୍ମତିଥି। ଏହି ଦିନ ଜନଜାତି ଗୌରବ ଦିବସ ପାଳିତ ହେବ। ଏହି ଏକ ବର୍ଷବ୍ୟାପୀ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ। ଏହା ୧୫ରୁ ଆରମ୍ଭ ହୋଇ ଏକ ବର୍ଷ ଯାଏ ଚାଲିବ।ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଷଥର ଲାଗି ଗତ ସେପ୍ଟେମ୍ବର ମାସ ୧୭ ତାରିଖରେ ଓଡ଼ିଶାରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବାକୁ ଭୁବନେଶ୍ବର ଆସିଥିଲେ।

Post Views21 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!