କୃଷିମନ୍ତ୍ରୀ, ଶିଳ୍ପମନ୍ତ୍ରୀଙ୍କୁ ସାକ୍ଷାତ୍ କଲେ ଅକ୍‌ଲାଣ୍ଡ କନ୍‌ସଲ୍ ଜେନେରାଲ

ନ୍ୟୁଜିଲାଣ୍ଡସ୍ଥିତ ଅକ୍‌ଲାଣ୍ଡରେ କନ୍‌ସଲ୍ ଜେନେରାଲ ଭାବେ ଅବସ୍ଥାପିତ ହେବାକୁ ଥିବା ମଦନ ମୋହନ ସେଠୀ ଶୁକ୍ରବାର ପୂର୍ବାହ୍ନରେ ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ରୀକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ସାକ୍ଷାତ କରିଥିଲେ। ବିଦେଶରେ ଓଡ଼ିଆ ଲୋକମାନେ ଉଚ୍ଚପଦପଦବୀରେ କାର୍ଯ୍ୟ କରୁଥିବା ଦେଖ୍ ଖୁବ୍ ଖୁସି ଲାଗୁଛି ବୋଲି ମନ୍ତ୍ରୀ କେ.ଭି. କହିଥିଲେ। ସାକ୍ଷାତ ସମୟରେ ନ୍ୟୁଜିଲାଣ୍ଡରେ ଓଡ଼ିଆ ଲୋକଙ୍କ ସଂଖ୍ୟା ଏବଂ ଅନ୍ୟାନ୍ୟ ଜ୍ଞାନକୌଶଳ ଭିତ୍ତିକ ଏକ ଆଲୋଚନା ହୋଇଥିଲା।

ମଦନମୋହନ ଉପମୁଖ୍ୟମନ୍ତ୍ରୀ ସିଂଦେଓଙ୍କୁ ନ୍ୟୁଜିଲାଣ୍ଡ ଆସିବାକୁ ନିମନ୍ତ୍ରଣ କରିଥିଲେ। ଓଡ଼ିଶା ଏବଂ ନ୍ୟୁଜିଲାଣ୍ଡ ମଧ୍ଯରେ କୃଷି କ୍ଷେତ୍ରରେ ସହଭାଗିତାର ସହ କାର୍ଯ୍ୟ କରିବାକୁ ଆଗ୍ରହୀ ବୋଲି ପ୍ରକାଶ କରିଥିଲେ। ସେହିପରି କନ୍‌ସଲ୍ ଜେନେରାଲ ମଦନମୋହନ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁଙ୍କୁ ଲୋକସେବା ଭବନ ସ୍ଥିତ ତାଙ୍କ ପ୍ରକୋଷ୍ଠରେ ସୌଜନ୍ୟମୂଳକ ସାକ୍ଷାତ ଓ ଆଲୋଚନା କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଏକ ଉତ୍ତରୀୟ ଏବଂ ବୋଇତର ସ୍ମାରକୀ ଦେଇ ସ୍ବାଗତ କରିଥିଲେ। ସଂପ୍ରତି
ଓଡ଼ିଶାର ଉତ୍ପାଦନକୁ ବିଶ୍ବବଜାରରେ ପ୍ରଚାରପ୍ରସାର କରାଇବା ସହିତ ଓଡ଼ିଶାକୁ ଇଣ୍ଡଷ୍ଟ୍ରିଆଲ୍ ହବ୍ ଏବଂ ସ୍କିଲ୍ ହବ୍‌ରେ ପରିଣତ କରିବା ପାଇଁ ମନ୍ତ୍ରୀ ଆଲୋଚନା କରିଥିଲେ।

ଆସନ୍ତା ଜାନୁଆରୀ ୨୦୨୫ରେ ଓଡ଼ିଶାରେ ହେବାକୁ ଥିବା ‘ଉତ୍କର୍ଷ ଓଡ଼ିଶା-୨୦୨୫ ପାଇଁ ନ୍ୟୁଜିଲାଣ୍ଡର ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରିବା ନେଇ ମନ୍ତ୍ରୀ କନ୍‌ସଲ୍ ଜେନେରାଲଙ୍କ ସହିତ ଆଲୋଚନା କରିଥିଲେ।

Post Views74 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!