ଦୁନିଆର ସବୁଠୁ କଞ୍ଜୁସ୍ ଅରବପତି , ଟଙ୍କା ବଞ୍ଚାଇବାକୁ କରନ୍ତି ଏମିତି କିଛି

ଆମେ ସମସ୍ତେ ନିଜ ଆବଶ୍ୟକତା ପୂରା କରିବା ପାଇଁ ଟଙ୍କା ରୋଜଗାର କରୁ। କିନ୍ତୁ କଣ ଆପଣ କଣ ଜାଣିଛନ୍ତି କିଛି ଲୋକ ଟଙ୍କା ଖର୍ଚ୍ଚ କରିବାକୁ ନୁହେଁ, କେବଳ ସଞ୍ଚୟ କରିବାକୁ ରୋଜଗାର କରନ୍ତି। ଏକଥା ଶୁଣି ଟିକେ ଅଜବ ଲାଗୁଥିବ। କିନ୍ତୁ ଏକତା ସତ। ଆମେରିକାରେ ସେମିତି ଜଣେ ଧନୀ ମହିଳା ଥିଲେ। ଯାହାକୁ ଦୁନିଆର ସବୁଠୁ କଞ୍ଜୁସ୍ ଅରବପତି ବୋଲି କୁହାଯାଏ।
ହେନିରିଟା ହାଲେଣ୍ଡ୍ ବା ହେଟ୍ଟି ଗ୍ରୀନ୍ ନିଜ ସମୟରେ ସବୁଠୁ ଧନୀ ମହିଲା ଥିଲେ। ସେ ଜଣେ ଏମିତି ମହିଳା ଯିଏ କେବଳ ଟଙ୍କା ରୋଜଗାର କରୁଥିଲେ କିନ୍ତୁ କେବେ ଖର୍ଚ୍ଚ କରୁନଥିଲେ। ସେ ନିଜ ସମୟର ଥିଲେ ସବୁଠୁ ଧନୀ ମହିଳା ଥିଲେ। ଏହା ବ୍ୟତୀତ ତାଙ୍କୁ ଦୁନିଆର ସବୁଠୁ କଞ୍ଜୁସ ଆରବପତି କୁହାଯାଇଥାଏ। ହେନେରିଟା ହାଲେଣ୍ଡ୍ ହେଟ୍ଟି ଆମେରିକା ସେୟାର ବଜାରର ସବୁଠୁ ସଫଳ ନିବେଶକ ମହିଳା ଥିଲେ। ଯେଉଁମାନେ ମାନନ୍ତି ଯେ, ମହିଳା ଜଣେ ଭଲ ନିବେଶକ ହୋଇପାରନ୍ତିନି, ସେ ସମାଜର ସେହି ଧାରଣାକୁ ବଦଳାଇବାକୁ ଚେଷ୍ଟା କରିଥିଲେ।
ହେଟ୍ଟି ସବୁ କ୍ଷେତ୍ରରେ ଥିଲେ କଞ୍ଜୁସ୍। ଫୋର୍ବ୍ସ ରିପୋର୍ଟ ଅନୁଯାୟୀ ହେଟ୍ଟୀ କେବେ କପଡ଼ା ଧୁଅନ୍ତିନି। କାହିଁକିନା ତାଙ୍କୁ ସାବୁନ୍ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ସେ କେବେବି ଗରମ ପାଣିରେ ଗାଧେଇ ନାହାନ୍ତି। କାହିଁକିନା ଏମିତି କରିବା ଦ୍ୱାରା ତାଙ୍କ ଇଲେକ୍ଟ୍ରି ବିଲ୍ ବଢ଼ିଯାଇଥାଏ। ଖାଲି ଏତିକି ନୁହେଁ, ସେ ଏତେ କଞ୍ଜୁସ୍ ଥିଲେ ତାଙ୍କ ପୁଅର ଦାନ୍ତରେ ଥରେ ହୋଇଥିଲା ଦରଜ। ଟଙ୍କା ଖର୍ଚ୍ଚ ହୋଇଯିବ ବୋଲି ସେ କରିନଥିଲେ ଚିକିତ୍ସା।
ସେ ଯେତେବେଳେ ରାସ୍ତା ଦେଇ ଅତିକ୍ରମ କରନ୍ତି, ଲୋକମାନେ ତାଙ୍କ ପ୍ରତି ଦୟ ମନୋଭାବ ଦେଖାଇଥାନ୍ତି। କାହିଁକିନା ସେ ଦୁଃଖୀ ଦାରିଦ୍ର୍ୟଙ୍କ ପରି ଜୀବନ ବିତାନ୍ତି। ତାଙ୍କ ଚେହେରା ଦେଖି କେହି ଅନୁମାନ୍ ଲାଗାଇ ପାରନ୍ତିନି ଯେ, ସେ ଏତେ ବଡ଼ ନିବେଶକ। ସେ କେବେବି ଗୋଟିଏ ଯାଗାରେ ଅଧିକ ସମୟ ରୁହନ୍ତିନି। କାହିଁକିନା ତାଙ୍କୁ ଯେତେବେଳେ କେଉଁ ଶସ୍ତା ସ୍ଥାନ ମିଳିଯାଏ, ସେ ହୋଇଯାଆନ୍ତି ସିଫ୍ଟ। ଆଜି ବି ହେଟ୍ଟି ଗ୍ରୀନ ନିବେଶ ରଣନୀତି ଆଧାରରେ ନିବେଶକଙ୍କୁ ଟିପ୍ସ ଦିଆ ଯାଇଥାଏ। ବିଜନେସରେ ସଫଳ ହେବା ଫର୍ମୁଲା ତାଙ୍କୁ ବେଶ୍ ଜଣାଥିଲା। ଗ୍ରୀନଙ୍କୁ ତାଙ୍କ ବାପାଙ୍କଠାରୁ 50ଲକ୍ଷ ଡଲାର ସମ୍ପତ୍ତି ମିଳିଥିଲା। 1916ରେ ଯେବେ ତାଙ୍କର ମୃତ୍ୟୁ ହୋଇଥିଲା,ସେତେବେଳେ ତାଙ୍କ ପାଖରେ ଥିଲା 10କୋଟି ଡଲାର। ଆଜିର ଦିନରେ ଏହି ଟଙ୍କାର ତୁଳନା ହୋଇଥିଲେ, ଅରବରେ ପହଞ୍ଚିଥାନ୍ତା। କିନ୍ତୁ ତାଙ୍କର କୃପଣତା ପାଇଁ ତାଙ୍କ ପିଲାମାନେ ତାଙ୍କୁ ପସନ୍ଦ କରୁନଥିଲେ କି ତାଙ୍କ ବିବାହ ବେଶି ଦିନ ଚାଲି ନଥିଲେ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!