ସିଟ୍‌ବେଲ୍ଟ ପିନ୍ଧିଲେ ଦେବେ ଜରିମାନା, ଦୁନିଆର ଏପରି ଏକ ଭୟାନକ ସ୍ଥାନ

ଟ୍ରାଫିକ ନିୟମକୁ ନେଇ ଭାରତରେ ରହିଛି କଡା ନିୟମ । ଏମିତିକି ନିୟମ ଭାଙ୍ଗିଲେ ଲାଗୁ ହୁଏ ମୋଟା ଅଙ୍କର ଜରିମାନା । ଚାରି ଚକିଆ ଗାଡିରେ ବୁଲିବାକୁ ଯାଉଛନ୍ତି ତେବେ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ। ଏହି ନିୟମ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଅଛି । ଯଦି ଆପଣ ଗାଡି ଚଳାଇବା ସମୟରେ ସିଟ୍ ବେଲ୍ଟ ପିନ୍ଧନ୍ତି ନାହିଁ, ତେବେ ଏବାବଦରେ କଟିଥାଏ ଚାଲାଣ ।
କିନ୍ତୁ ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ସିଟ୍ ବେଲ୍ଟ ପିନ୍ଧିଲେ ଦେବାକୁ ପଡିଥାଏ ଜରିମାନା । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନାଁ । ଏହି ସ୍ଥାନଟି ହେଉଛି ୟୁରୋପ ଇଷ୍ଟୋନିଆ । ଏଠାରେ ଏକ ରାସ୍ତା ରହିଛି ଯେଉଁଠି ଲାଗୁ ହୋଇଛି ଏହି ନିୟମ । ଏଠାରେ ଗାଡି ଚଳାଇବା ସମୟରେ ସିଟ୍ ବେଲ୍ଟ ପିନ୍ଧିବା ବେଆଇନ । ବାଲ୍ଟିକ୍ ସାଗର ଦେଇ ଇଷ୍ଟୋନିଆ ଉପକୂଳକୁ ହାଇୟୁମା ଦ୍ୱୀପକୁ ସଂଯୋଗ କରୁଥିବା ରାସ୍ତା ସମ୍ପୂର୍ଣ୍ଣ ଅଲଗା । ୟୁରୋପର ଦୀର୍ଘତମ ବରଫ ରାସ୍ତାରେ ସିଟ୍ ବେଲ୍ଟ ଉପରେ ପ୍ରତିବନ୍ଧକ ସମେତ ବହୁତ ଅସାଧାରଣ ନିୟମ ରହିଛି । ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସିଟ୍ ବେଲ୍ଟ ପିନ୍ଧିବା ପାଇଁ ଏକ ବେଆଇନ୍ ନିୟମ ଲଗାଇବାର କାରଣ ହେଉଛି ଏପରି ବରଫ ଜମା ରାସ୍ତାରେ ଡ୍ରାଇଭିଂ କଲା ବେଳେ କିଛି ଅଘଟଣ ଘଟିଲେ ତୁରନ୍ତ ଗାଡ଼ିରୁ ଯେପରି ବାହାରି ପାରିବ । ଏଭଳି ପରିସ୍ଥିତିରେ ଯାତ୍ରୀମାନଙ୍କୁ ନିଜ ସିଟ୍ ବେଲ୍ଟ କାଢ଼ିବାକୁ ପଡ଼େ। ତେଣୁ ବିନା ବିଳମ୍ବରେ ଗାଡିରୁ ବାହାରିବା ପାଇଁ ଲାଗୁ ହୋଇଛି ଏହି ନିୟମ ।
ଅନ୍ୟପଟେ ସୂର୍ଯ୍ୟାସ୍ତ ପରେ ଏହି ବରଫ ରାସ୍ତାରେ ଗାଡି ଚଳାଇବା ମନା। ସାଧାରଣ ରାସ୍ତା ଅପେକ୍ଷା ବାଲ୍ଟିକ୍ ସାଗର ଉପରେ ଥିବା ବରଫ ରାସ୍ତାରେ ଅଧିକ ପବନ ହୁଏ। ରାସ୍ତାରେ ପ୍ରବେଶ କରିବା ସମୟରେ ଜଣେ ବ୍ୟକ୍ତିଙ୍କୁ ଘଣ୍ଟା ପ୍ରତି ୨୫ ରୁ ୪୦ କିଲୋମିଟର ବେଗରେ ଗାଡି ଚଳାଇବାକୁ ପଡେ। ବେଳେବେଳେ ରାସ୍ତା ଫାଟିଯାଏ। ତେଣୁ ଏଠାରେ ଗାଡି ଚଲେଇବାକୁ ଡରନ୍ତି ଡ୍ରାଇଭର । ଏହି ରାସ୍ତା ଦେଖିବାକୁ ଖୁବ୍ ସୁନ୍ଦର । କିନ୍ତୁ ଯିଏ ବି ଗାଡ଼ିରେ ଯାଏ, ସେମାନଙ୍କୁ ସିଟ୍ ବେଲ୍ଟ ଦେବା ମନା ହୋଇଥାଏ। କାରଣ ଏହି ରାସ୍ତା ଟିକେ ବିପଦପୂର୍ଣ୍ଣ ଥାଏ। ତେଣୁ ୟୁରୋପର ଏହି ଇଷ୍ଟୋନିଆରେ ସିଟ୍ ବେଲ୍ଟ ପିନ୍ଧିବା ମନା।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!