ଲଣ୍ଡନରେ ପ୍ରଥମ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଓଡ଼ିଆ ବ୍ୟବସାୟୀ ଦାନ କଲେ ୨୫୦ କୋଟି

ବ୍ରିଟେନରେ ହେବ ପ୍ରଥମ ଜଗନ୍ନାଥ ମନ୍ଦିର । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ମନ୍ଦିର ନିର୍ମାଣ ପାଇଁ ଲଣ୍ଡନରେ ପ୍ରାୟ ୧୫ ଏକର ଜମି ଅଧିଗ୍ରହଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି ।

ସବୁଠାରୁ ବଡ କଥା ହେଉଛି ଏହି ମନ୍ଦିର ନିର୍ମାଣ ପାଇଁ ଜଣେ ଓଡ଼ିଆ ୨୫ ମିଲିୟନ ଡଲାର ଅର୍ଥାତ ୨୫୦ କୋଟି ଦାନ  କରିଛନ୍ତି । ଏହି ଓଡ଼ିଆ ବ୍ୟବସାୟୀ ଜଣକ ହେଉଛନ୍ତି ବିଶ୍ୱନାଥ ପଟ୍ଟନାୟକ । ଲଣ୍ଡନସ୍ଥିତ ଶ୍ରୀ ଜଗନ୍ନାଥ ସୋସାଇଟିକୁ ସେ ଏହି ଟଙ୍କା ଦାନ କରିଛନ୍ତି ।

ଗତ ରବିବାର ଅକ୍ଷୟ ତୃତୀୟା ଅବସରରେ ଲଣ୍ଡନରେ ଶ୍ରୀ ଜଗନ୍ନାଥ ସୋସାଇଟି ପକ୍ଷରୁ ଶ୍ରୀଜଗନ୍ନାଥ ସମ୍ମିଳନୀର ଆୟୋଜନ ହୋଇଥିଲା । ଏହି ସମ୍ମିଳନୀରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ମହାରାଣୀ ଲୀଳାବତୀଙ୍କ ଉପସ୍ଥିତିରେ ଶ୍ରୀ ପଟ୍ଟନାୟକ ୨୫୦କୋଟି ଟଙ୍କା ଦାନ ଦେଇଥିବା ଘୋଷଣା କରାଯାଇଥିଲା ।

ଶ୍ରୀ ପଟ୍ଟନାୟକ ଲଣ୍ଡନସ୍ଥିତ ଫିନେଷ୍ଟ ଗ୍ରୁପ୍ ଅଫ କମ୍ପାନୀର ପ୍ରତିଷ୍ଠାତା । ସେ ବ୍ରିଟେନରେ ପ୍ରଥମ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପାଇଁ ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ ।

ଏହି ମନ୍ଦିର ନିର୍ମାଣ ପାଇଁ ୭୦କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଅନ୍ୟପକ୍ଷେ ଫିନେଷ୍ଟ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଅରୁଣ କର ତାଙ୍କ କମ୍ପାନୀର ଅଧ୍ୟକ୍ଷ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ୨୫୦କୋଟି ଟଙ୍କା ଦାନ କରିଥିବା ବିଷୟରେ ସୂଚନା ଦେଇଥିଲେ । ଶ୍ରୀ କର ମଧ୍ୟ ଏହି ମନ୍ଦିର ନିର୍ମାଣ ପାଇଁ ମୋଟା ଅଙ୍କର ଦାନ କରିଛନ୍ତି । ୨୦୨୪ ମସିହା ସୁଦ୍ଧା ମନ୍ଦିରର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଆକଳନ କରାଯାଇଛି ।

Post Views15 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!