ରାଜ୍ୟରେ ବାଘ ସଂଖ୍ୟାରେ ବୃଦ୍ଧି, ୩୦ଟି ମହାବଳ ଓ ୮ ଛୁଆ

ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଉଛି ବାଘ ସଂଖ୍ୟା ସଦ୍ୟ ଗଣନାରେ ରାଜ୍ୟରେ ୩୦ ମହାବଳ ଓ ଏହା ସହ ଅଛନ୍ତି ଆଉ ୮ଟି ଛୁଆ। କେବଳ ଶିମିଳିପାଳ ଅଭୟାରଣ୍ୟରେ ୨୭ଟି ମହାବଳ ରହୁଥିବା ବେଳେ ସମସ୍ତ ୮ଟି ବାଘ ଛୁଆ ଏଠାରେ ରହୁଛନ୍ତି। ଏମାନଙ୍କ ମଧ୍ୟରେ ୧୪ଟି ଅଣ୍ଡିରା, ୧୩ଟି ମାଇ ବାଘ ଥିବା ବେଳେ ୩ଟିର ଲିଙ୍ଗ ନିରୂପଣ ହୋଇପାରିନାହିଁ। ଶିମିଳିପାଳରେ ଥିବା ଏହି ୨୭ ମହାବଳ ମଧ୍ୟରେ ୧୩ଟି ବିରଳ କଳାବାଘ ଓ ୧୪ଟି ସାଧାରଣ ମହାବଳ ବୋଲି ଜଣାଯାଇଛି। ସାଧାରଣ ମହାବଳଙ୍କ ମଧ୍ୟରେ ୭ଟି ମାଇ ବାଘ ସହ ୪ ଟି ଅଣ୍ଡିରା ମହାବଳ ରହୁଛନ୍ତି। ଏହା ବ୍ୟତୀତ କଳା ମହାବଳ ମଧ୍ୟରୁ ୭ ଟି ମାଇ ଓ ୬ଟି ଅଣ୍ଡିରା କଳାବାଘ ରହୁଥିବା ନେଇ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ରିପୋର୍ଟରେ ଦର୍ଶାଯାଇଛି।

ରାଜ୍ୟରେ ବାଘ ଗଣନା ଲାଗି ମୋଟ ୧୪୩୨ଟି କ୍ୟାମେରା ବ୍ଯବହୃତ ହୋଇଥିବାବେଳେ ୨୦୨୩ ଅକ୍ବୋବର ୧୫ରୁ ଗତ ୧୦ ଫେବ୍ରୁଆରୀ ଯାଏ କ୍ଯାମେରା ଜରିଆରେ ବାଘଙ୍କ ଗତିବିଧି ଲକ୍ଷ୍ଯ କରାଯାଇଥିଲା। ବାଘ ଗଣନା ପ୍ରକ୍ରିୟା ୪୭ଟି ଡିଭିଜନରେ କରାଯାଇଥିଲା। କ୍ଯାମେରାରେ ୫୬୭ଟି ଫଟୋଗ୍ରାଫ ଉଠାଯାଇଥିବାବେଳେ ମୋଟ ବାଘ ସଂଖ୍ୟା ୩୦ ଓ ବାଘଛୁଆ ସଂଖ୍ଯା ୮ ବୋଲି ଜଣାଯାଇଛି। ରାଜ୍ଯରେ ବାଘ ସଂଖ୍ଯା ବୃଦ୍ଧି ନେଇ ଖୁସି ବ୍ଯକ୍ତ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତିବାଘମାନଙ୍କ ଲାଗି ଓଡ଼ିଶା ବର୍ତ୍ତମାନ ଅନୁକୂଳ ପରିବେଶ ସୃଷ୍ଟି କରିଛି।

ଏହାସହ ଓଡ଼ିଶାରେ ଏଣିକି ପ୍ରତି ବର୍ଷ ହେବ ବାଘ ଗଣନା। କ୍ୟାମେରା ଟ୍ରାପ ଜରିଆରେ ବର୍ଷ ସାରା ମହାବଳ ବାଘଙ୍କ ସ୍ଥିତି ଉପରେ ରହିବ ନଜର। ସାମ୍ୱାଦିକ ସମ୍ମିଳନୀରେ ଏପରି ସୂଚନା ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ। 

Post Views66 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!