ମଙ୍ଗଳବାର ଠାରୁ କେରଳ, ତାମିଲନାଡୁ ଏବଂ ମହାରାଷ୍ଟ୍ରର ଦୁଇ ଦିନିଆ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥିରୁଅନନ୍ତପୁରମରେ ବିକ୍ରମ ସରାଭାଇ ସ୍ପେସ୍ ସେଣ୍ଟର (ଭିଏସଏସସି) ପରିଦର୍ଶନ କରିଛନ୍ତି।
ସେ ତିନିଟି ରାଜ୍ୟରେ ୨୪,୦୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଗଗନାନ ମିଶନର ଏକ ଅଂଶ ଭାବରେ ମହାକାଶକୁ ଯିବାକୁ ମନୋନୀତ ହୋଇଥିବା ଚାରି ଜଣ ମହାକାଶଚାରୀଙ୍କ ନାମ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଠନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ‘ଗଗନଯାନ’ ଅଭିଯାନ ପାଇଁ ୪ଜଣ ମହାକାଶଚାରୀଙ୍କ ନାଁ ଘୋଷଣା କରିଛନ୍ତି। ସେମାନେ ହେଲେ ଗ୍ରୁପ୍ କ୍ୟାପ୍ଟେନ୍ ପ୍ରଶାନ୍ତ ବାଲକ୍ରିଷନ୍, ଅଜିତ କ୍ରିଷନନ୍, ଅଙ୍ଗଦ ପ୍ରତାପ ଏବଂ ୱିଙ୍ଗ୍ କମାଣ୍ଡର ଶୁଭାଂଶୁ ଶୁକ୍ଲା। ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟରରୁ ଏମାନଙ୍କ ନାଁ ଘୋଷଣା କରିଛନ୍ତି ମୋଦୀ।
ଏହି ୪ ମହାକାଶଚାରୀଙ୍କୁ ୱିଙ୍ଗ ଲଗାଇ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ମଦୀ । ତେବେ ଘୋଷଣା ହୋଇଥିବା ଏହି ୪ଜଣ ମହାକାଶଚାରୀ ହେଉଛନ୍ତି ୱିଙ୍ଗ୍ କମାଣ୍ଡର କିମ୍ବା ଗ୍ରୁପ୍ କ୍ୟାପଟେନ୍ । ସମସ୍ତ ଚାରିଜଣ ବେଙ୍ଗାଲୁରୁର ଜ୍ୟୋତିର୍ବିଜ୍ଞାନ ତାଲିମ କେନ୍ଦ୍ରରେ ତାଲିମ ନେଉଥିଲେ ।

