ଆଜିଠୁ ଆରମ୍ଭ ହେବ ମୋଦି ୩.୦

ଆଜିଠୁ ଆରମ୍ଭ ହେବ ମୋଦି ୩.୦, ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥରପାଇଁ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦି । ଶେଷ ପର୍ଯ୍ୟାୟରେ ଭଵ୍ୟ ସମାରୋହ, ଆଜି ସନ୍ଧ୍ୟା ୭ଟା ୧୫ ମିନଟରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବ ଶପଥଗ୍ରହଣ ଉତ୍ସବ । ଉତ୍ସବରେ ପ୍ରଧାନମନ୍ତ୍ରୀ ଙ୍କ ସହ ନବଗଠିତ ମନ୍ତ୍ରିମଣ୍ଡଳ ବି ଶପଥ ନେବେ ।

ଉତ୍ସବରେ ସାମିଲ ହେବାକୁ ନିମନ୍ତ୍ରିତ ହୋଇଛନ୍ତି ବିଦେଶୀ ଅତିଥି ଯେପରିକି ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ, ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ, ସିଚେଲସ ଉପରାଷ୍ଟ୍ରପତି ଅହମ୍ମଦ ଅଫିଫ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା, ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଯୁଗନାଥ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ, ଭୁଟାନ ପ୍ରଧାନମନ୍ତ୍ରୀ ସେରିଙ୍ଗ ତୋବଗାୟ ।

ଅନ୍ୟପଟେ ଶପଥଗ୍ରହଣ ଉତ୍ସବ ଲପାଇଁ ଦିଲ୍ଲୀରେ ହାଇସିକ୍ଯୁରିଟି ବ୍ଯବସ୍ଥା କରାଯାଇଛି । ରାଜଧାନୀର ପ୍ରମୁଖ ହୋଟେଲ ଗୁଡିକରେ ମଧ୍ୟ କଡା ସୁରକ୍ଷା ବଳୟ ରହିଛି । କେବଳ ରାଜଧାନୀ ଦିଲ୍ଲୀ ନୁହେଁ ଏହି ଉତ୍ସବ ପାଇଁ ପ୍ରଭାବିତ ହୋଇଛି ପୁରପଲ୍ଲୀ । ରାଜ୍ୟରେ ଥିବାର ବିଭିନ୍ନ ବିଜେପି କାର୍ଯ୍ୟାଳୟରେ ଏହି ଉତ୍ସବ ଦେଖିବାର ବ୍ୟବସ୍ଥା କରାଯାଇଛି । ସେହିପରି ପୁରୀରେ ବାଲୁକା କଳାରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

Post Views89 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!