୧୪ ବର୍ଷର ବାଳକଙ୍କୁ ମସ୍କ ଦେଲେ ଚାକିରି, SpaceXରେ କରିବେ କାମ

ଖେଳକୁଦ କରିବା ବୟସରେ ମିଲିଲା ବଡ ଚାକିରି। ୧୪ ବର୍ଷ ବୟସରେ ଏଲନ ମସ୍କ ଦେଲେ ନିଯୁକ୍ତି। କୈରନ କାଜି ନାମକ ଏକ ୧୪ବର୍ଷର ବାଳକଙ୍କୁ ଯାହା ମିଳିଛି ଅନେକ ଲୋକଙ୍କ ପାଇଁ ତାହା ଏକ ସ୍ବପ୍ନ। ସ୍ପେସଏକ୍ସ କମ୍ପାନୀରେ ଚାକିରି କରିବାକୁ ମିଳିଛି ତାଙ୍କୁ ଅଫର। ଏଠାରେ ସେ ସଫ୍ଟୱେୟର ଇଂଜିନିୟର ଭାବେ କାମ କରିବେ। ତେବେ ଏତେ କମ ବୟସରୁ ଏମିତି କେଉଁ କାରଣ ପାଇଁ ତାଙ୍କୁ ମିଳିଲା ନିଯୁକ୍ତି ଆସନ୍ତୁ ଜାଣିବା।
ଏକ ଲିଙ୍କଡିନ୍ ପୋଷ୍ଟରେ କ୍ବାଜି ତାଙ୍କ ନିଯୁକ୍ତି ସଂପର୍କରେ ଖବର ଦେଇଛନ୍ତି। ସେ କହିଛନ୍ତି ସ୍ପେସ୍ଏକ୍ସ ଏକ ବିରଳ କମ୍ପାନି ଯେ କି ବୟସ ବଦଳରେ ତାଙ୍କ ଯୋଗ୍ୟତା କୁ ଚିହ୍ନି ପାରିଛି। ଖୁବ୍ଶୀଘ୍ର ସେ ଷ୍ଟାର୍ଲିଙ୍କ ଇଂଜିନିୟରିଂ ଟିମ୍ରେ ଯୋଗ ଦେବାକୁ ଯାଉଛନ୍ତି। କ୍ବାଜି ଜଣେ ବିଚକ୍ଷଣ ପ୍ରତିଭାବାନ ବାଳକ। ସେ ୨ ବର୍ଷ ବୟସରେ ପୂରା ବାକ୍ୟ କହିପାରୁଥିଲେ। କେଜିରେ ପଢ଼ିବା ବେଳେ ରେଡିଓରୁ ଶୁଣିଥିବା ଖବର ସାଙ୍ଗ ଓ ଶିକ୍ଷକମାନଙ୍କୁ କହୁଥିଲେ। ୯ ବର୍ଷ ବୟସରେ ତୃତୀୟ ଶ୍ରେଣୀରେ ପଢ଼ିବା ବେଳେ ପାଠ ତାଙ୍କୁ ଆଦୌ କଷ୍ଟ ଲାଗୁ ନ ଥିଲା। ତା’ପରେ ତାଙ୍କ ପିତାମାତା କାଲିଫର୍ଣ୍ଣିଆର ଏକ କମ୍ୟୁନିଟି କଲେଜରେ ତାଙ୍କର ନାଁ ଲେଖାଇଦେଲେ। ସେଠାରେ ମଧ୍ୟ ତାଙ୍କର ପ୍ରଦର୍ଶନ ବେଶ୍‌ ଭଲ ଥିଲା।
ସେ ଏକ ଇଣ୍ଟେଲ ଲ୍ୟାବ୍ରେ ଇଣ୍ଟର୍ଣ୍ଣ ଭାବେ କାମ କଲେ ଯାହା ତାଙ୍କ ଜୀବନକୁ ଏକ ଭିନ୍ନ ମୋଡ ଦେଇଥିଲା। କ୍ବାଜି ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, ସିଲିକନ ଭାଲିର ଅନେକ କମ୍ପାନି ବୟସକୁ ଦେଖି ତାଙ୍କୁ ନିଯୁକ୍ତି ଦେବାକୁ ମନା କରିଦେଇଥିବା ବେଳେ ଏଲନ ମସ୍କଙ୍କ ସ୍ପେସ୍ଏକ୍ସ ତାଙ୍କୁ ସୁଯୋଗ ଦେଇଥିବାରୁ ସେ ବେଶ୍‌ ଖୁସି। ଆମେରିକୀୟ ଉଦ୍ୟୋଗୀ ମସ୍କଙ୍କ କମ୍ପାନି ସ୍ପେସଏକ୍ସ ମହାକାଶକୁ ଯାତ୍ରୀ ପ୍ରେରଣ ଦିଗରେ କାର୍ଯ୍ୟ କରୁଛି। ଏଥିସହିତ ଟେସଲା ଏବଂ ଟ୍ବିଟର ଭଳି କମ୍ପାନିର ପରିଚାଳନା ମଧ୍ୟ ସେ କରୁଛନ୍ତି।

Post Views73 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!