୪୫ଟି ଭିଣ୍ଟେଜ୍ ଗାଡି ରଖିଛନ୍ତି ବ୍ୟକ୍ତି, ୧୯୧୦ର ଗାଡି ରହିଛି ସାମିଲ୍

ସୌକ ସମସ୍ତଙ୍କର ଥାଏ। କାହାର ଘର କାହାର ପୋଷାକ ତ କାହାର ଗାଡି। ଅନେକଙ୍କୁ ଗାଡି ଚଳାଇବାର ସୈକ ଥାଏ। କିଛି ଲୋକ ଏଥିପାଇଁ ଏକାଧିକ ଗାଡି ରଖନ୍ତି। କିଛି ଲୋକଙ୍କୁ ଭିଣ୍ଟେଜ୍ ଗାଡି ବା ପୁରୁଣା ଗାଡି ରଖିବାକୁ ପସନ୍ଦ କରନ୍ତି। ସେଭଳ କିଛି ସୌକରେ ୪୫ଟି ଭିଣ୍ଟେଜ୍ ଗାଡି ରଖିଛନ୍ତି ଗୁଜୁରାଟର ସିଦ୍ଧାର୍ଥ। ୧୯୧୦ରୁ ୧୯୬୫ ମଧ୍ୟରେ ବଜାରରେ ଉପଲବ୍ଧ ଥିବା ଗାଡି କଲେକ୍ସନ ରହିଛି ତାଙ୍କ ପାଖରେ। ପେଶାରେ ଜଣେ ଚାଷୀ। ଘରେ ଭିଣ୍ଟେଜ୍ କଲେକ୍ସନ ରଖିବାରେ ତାଙ୍କୁ ବାପା ବହୁତ ସହଯୋଗ କରିଥିବା କହିଛନ୍ତି।
ଏହି ବାଇକ୍ ମଧ୍ୟରୁ କିଛି ଏମିତି ରହିଛି। ଯେଉଁଗୁଡିକୁ ବିଶ୍ବ ଯୁଦ୍ଧ ସମୟରେ ବ୍ୟବହାର କରାଯାଉଥିଲା। ସୈନ୍ୟ ମାନେ ଏହି ଓଜନିଆ ବାଇକ୍ ରେ ତାଙ୍କ ଅସ୍ତ୍ର ଶସ୍ତ୍ର ରଖି ଯାଉଥିଲେ। ଧିରେ ଧିରେ ଏବି ସବୁ ବାଇକ୍ର ତିଆରି ବନ୍ଦ ହୋଇଗଲା। ଏହି ପୁରୁଣା ବାଇକ କୁ କିନ୍ତୁ ନିଜ ଘରେ ସଜେଇ ରଖିଛନ୍ତି ସିଦ୍ଧାର୍ଥ।
ବାଇକ୍ କଲେକ୍ସନ ମଧ୍ୟରୁ ସବୁଠୁ ପୁରୁଣା ଗାଡି ହେଉଛି ୧୯୧୦ର ରୟାଲ ଏନ୍ଫିଲ୍ଡ। ଯାହାର ତିଆରି ବ୍ରିଟେନ୍ରେ ହୋଇଥିଲା। ପୁରା ବିଶ୍ୱରେ ବ୍ୟବହାର ହେଉଥିବା ବାଇକ୍ ରୁ ମଧ୍ୟ କିଛି କଲେକ୍ସର ରଖିଛନ୍ତି ସିଦ୍ଧାର୍ଥ। ଅଚଳ ଅବସ୍ଥାରେ ଥିବା ବାଇକ୍ ଆଣି ସେ ମରାମତି କରିଛନ୍ତି ଏବଂ ଏହାକୁ ଚାଲିବା ଉପଯୋଗୀ କରିଥିଲେ। ଏଥିପାଇଁ ତାଙ୍କୁ ନାନା ସମସ୍ୟା ହୋଇଛି। ଗୋଟେ ବାଇକ୍ କୁ ଠିକ୍ କରିବା ପାଇଁ ତାଙ୍କୁ ଦେଶ ବର୍ଷରୁ ଅଧିକ ସମୟ ମଧ୍ୟ ଲାଗିଛି।
ବାଇକ୍ ଠିକ୍ କରିବା ପାଇଁ ଦେଢରୁ ୨ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିଛନ୍ତି ସିଦ୍ଧାର୍ଥ। ମୋଟ ୪୫ ବାଇକ୍ ଅଛି ତାଙ୍କ ପାଖରେ। ଆଗକୁ ନିଜର ଏହି ପ୍ୟାସନକୁ ବଢାଇବାକୁ ଏବଂ ଅଧିକରୁ ଅଧିକ ବାଇକ୍ କଲେକ୍ଟ କରିବାର ଲକ୍ଷ୍ୟ ରଖିଛନ୍ତି ସିଦ୍ଧାର୍ଥ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!