କଟକ ସଦର ବ୍ଲକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୁୟାଁଙ୍କୁ ଗିରଫ କଲା ଭିଜିଲାନ୍ସ । ସଉକ ପାଇଁ ବାବୁ କିଣୁଥିଲେ ହୀରା ହାର ଓ ସୁନା ବିସ୍କୁଟ୍ । ଯାହାର ଚିତ୍ର ମଧ୍ୟ କଏଦ ହୋଇଛି । ସେହିପରି ତାଙ୍କ ପୁଅ ଏବଂ ଝିଅର ପାଠପଢ଼ା ପାଇଁ ସେ ୧ କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି ।
ଘର ଭିତରୁ ମିଳିଥିଲା ନଗଦ ୧୧ ଲକ୍ଷ ୭୩ ହଜାର ଟଙ୍କା । ଆୟ ବହିର୍ଭୁତ ସମ୍ପତି ଦେଖି ଜଳକା ହୋଇପଡ଼ିଥିଲେ ଭିଜିଲାନ୍ସ ଅଧିକାରୀ ।
ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗତକାଲି କଟକ ଅଫିସ ଓ ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ ।
ବାବୁଙ୍କର କଟକ ଓ ଭୁବନେଶ୍ୱରରେ ୭ଟି ସ୍ଥାନରେ ରହିଛି ଜାଗା ସୌଭାଗ୍ୟ ନଗରରେ ବିକାଶଙ୍କର ରହିଛି ବହୁତଳ ବିଶିଷ୍ଟ ପ୍ରାସାଦ । ୫୦ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଓ ଅଳଙ୍କାର ଜବତ କରିଛି ଭିଜିଲାନ୍ସ ।

