କଳିଙ୍ଗ ହସ୍ପିଟାଲର ନୂତନ ବ୍ଲକ୍ ଉଦ୍‌ଘାଟିତ

ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ କଳିଙ୍ଗ ହସ୍ପିଟାଲ ଲିମିଟେଡ୍ (କେଏଚ୍ଏଲ୍)ର ୨୭ତମ ପ୍ରତିଷ୍ଠା ଦିବସ ଶନିବାର ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କେଏଚ୍ଏଲ୍ର ନୂତନ ବ୍ଲକ୍ ଉଦ୍ଘାଟିତ ହୋଇଯାଇଛି। ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେଏଚ୍ଏଲ୍ର ଚେୟାରମ୍ୟାନ (ଅଧ୍ୟକ୍ଷ) ଡା. ଶିତକଣ୍ଠ ଦାଶ, ଏମ୍ଡି ନିଲଞ୍ଜନା ମୁଖେର୍ଜୀ, ଏମ୍ଏସ୍ ଡା. ପି.କେ. ମିଶ୍ର ଏବଂ ଡା. ରାଜେଶ ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଏ ନେଇ ନିଲଞ୍ଜନା କହିଛନ୍ତି, ଆମର ସମ୍ମାନିତ ଚେୟାରମ୍ୟାନ୍ଙ୍କ ଅମୂଲ୍ୟ ଅବଦାନକୁ ଆମେ ସମ୍ମାନ ଜଣାଇ ଏ୩-ବ୍ଲକ୍ର ନାମ ଡା.ଏସ୍.କେ. ଦାସ ବ୍ଲକ୍ ରଖିଛୁ।

ଏହି ସ୍ମାରକୀ ଘଟଣା ଆମ ଯାତ୍ରାର ଏକ ପ୍ରମୁଖ ମୁହୂର୍ତ୍ତକୁ ଚିହ୍ନିତ କରୁଛି,ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ଆମର ଅଦମ୍ୟ ପ୍ରତିବଦ୍ଧତାକୁ ଏହା ପ୍ରମାଣିତ କରିଛି।
ଉଲ୍ଲେଖଯୋଗ୍ୟ, କଳିଙ୍ଗ ହସ୍ପିଟାଲର ନୂତନ ବ୍ଲକ୍ (ଡକ୍ଟର ଏସ୍.କେ.ଦାସ ବ୍ଲକ୍) ନାମରେ ନାମିତ ହୋଇଛି, ଯାହାକି କେଏଚ୍ଏଲ୍ର ଚେୟାରମ୍ୟାନ ଡା. ଶିତକଣ୍ଠ ଦାସଙ୍କ ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ ବୋଲି କେଏଚ୍ଏଲ୍ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ସେହିଭଳି ଉକ୍ତ ବ୍ଲକ୍ରେ ସମସ୍ତ ଅତ୍ୟାଧୁନିକ ସୁବିଧା ସହ ୫୦ଶଯ୍ୟା ଓ ଅତିରିକ୍ତ ୪ଟି ଓଟି ମଧ୍ୟ ବୃଦ୍ଧି ପାଇଛି, ଯେଉଁଥିରେ ଉନ୍ନତ ଅର୍ଥୋ ସାଇନ୍ସ, ନ୍ୟୁରୋ ସାଇନ୍ସ, ରେନେଲ ସାଇନ୍ସ ଏବଂ ଗ୍ୟାଷ୍ଟ୍ରୋ ସାଇନ୍ସ ଅସ୍ତ୍ରୋପଚାର ଭଳି ସୁବିଧା ରହିବ।
ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଉନ୍ନତ ଉପକରଣ ସହ କେନ୍ଦ୍ରୀୟ ସେବା ବିଭାଗ ସିଏସ୍ଏସ୍ଡି ଯାହା କିଡ୍ନୀ ପ୍ରତିରୋପଣ ୟୁନିଟ୍ର ସମ୍ପ୍ରସାରଣର ଅତିରିକ୍ତ ସୁବିଧା ଯେଉଁଠାରେ ସଂକ୍ରମଣ ନିୟନ୍ତ୍ରଣ ଆମର ପ୍ରମୁଖ ଲକ୍ଷ୍ୟ ରହିଛି। ନୂତନ ଇଣ୍ଟେନସିଭ କେୟାର ୟୁନିଟ୍ (ଆଇସିୟୁ)ରେ ନୂତନ ଆଇସୋଲେସନ କ୍ରିଟିକାଲ କେୟାର ୟୁନିଟ୍, କେନ୍ଦ୍ରୀୟ ନର୍ସିଂ ବ୍ୟବସ୍ଥା ରୋଗୀଙ୍କ ଯୋଗାଯୋଗ ଓ ପ୍ରତିକ୍ରିୟା ପାଇଁ ସମୟରେ ଉନ୍ନତି ଆଣିବ।

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!