ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଖଡ଼ିଆଳ ବିଡିଓ ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ନାରାୟଣଙ୍କର ବଲାଙ୍ଗିରରେ ଥିବା ପୈତୃକ ଘର, ନିଜ ଘର ଓ ସମ୍ପର୍କୀୟ ଘର ଚଢ଼ାଉ କରାଯାଇଛି।
ସେହିପରି ନୂଆପଡ଼ାର ଖଡିଆଳରେ ଥିବା ନାରାୟଣଙ୍କ ଅଫିସ ଓ ସରକାରୀ ବାସଭାବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।
ଭିଜିଲାନ୍ସ ବିଭାଗର ୩ଜଣ ଡିଏସ୍ପି ୧୦ ଜଣ ଇନ୍ସପେକ୍ଟର ଓ ୪ଜଣ ଏଏସ୍ଆଇ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଚଢ଼ାଉ ବେଳେ ନଗଦ ୧୪ ହଜାରରୁ ଅଧିକ ଟଙ୍କା, ବ୍ୟାଙ୍କ କାଗଜପତ୍ର, ଇନସ୍ୟୁରାନ୍ସ ଜବତ କରାଯାଇଛି।

