ଓଡ଼ିଶା ଆସିବେ ଆଉ ୧୬ ଆଇଟି କଂପାନି

ଓଡ଼ିଶାକୁ ଆଗାମୀ ଦିନରେ ୧୬-୧୮ଟି ନୂଆ ଆଇଟି କଂପାନି ଆସିବେ। ଏମ୍ଏସ୍ଏମ୍ଇ ବିଭାଗର ସ୍ବତନ୍ତ୍ର ସଚିବ ବିଭୂତି ଭୂଷଣ ଦାସ କହିଛନ୍ତି ଯେ କିଛି ମାସ ଭିତରେ ଘୋଷଣା ହେବାକୁ ଥିବା ନୂଆ ଷ୍ଟାର୍ଟଅପ୍ ନୀତିରେ ସବୁ ବିଭାଗର ନୀତିର ପ୍ରତିଫଳନ ଦେଖିବାକୁ ମିଳିବ। ସେହି ନୀତି ଜରିଆରେ ଆସନ୍ତା ପାଞ୍ଚ ବର୍ଷରେ ୧୦୦ ନୂଆ ଇନ୍କୁବେଟର ଯୋଡ଼ାଯିବ ଏବଂ ଷ୍ଟାର୍ଟଅପ୍ ସଂଖ୍ୟାକୁ ୫୦୦୦କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।

ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଓମ୍କାର୍ ରାଏ କହିଛନ୍ତି ଆସନ୍ତା ଏକ ବର୍ଷ ଭିତରେ ଓ-ହବ୍କୁ ଏକ ବିଶ୍ବସ୍ତରୀୟ କ୍ୟାମ୍ପସ୍ରେ ପରିଣତ କରାଯିବ।

ରାଜ୍ୟ ସରକାର ଭଡ଼ାରେ ବଡ଼ ଧରଣର ହ୍ରାସ କରିଥିବାରୁ ବହୁ କଂପାନି ଓଡ଼ିଶା ଆସିବାକୁ ଚାହୁଛନ୍ତି ବୋଲି ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ର କହିଛନ୍ତି। ଓ-ହବ୍ଠାରେ ଆୟୋଜିତ ରାଜ୍ୟର ପ୍ରଥମ ଷ୍ଟାର୍ଟଅପ୍ ମେଳାର ଦ୍ବିତୀୟ ଦିନର ଏକ ଅଧିବେଶନରେ ଯୋଗ ଦେଇ ସେ କହିଛନ୍ତି ଯେ ବହୁ ଆଇଟି କଂପାନି ଓଡ଼ିଶା ଆସୁଛନ୍ତି କିମ୍ବା ଆସିବାକୁ ଯୋଜନା ରଖିଛନ୍ତି।

ସେମାନଙ୍କୁ କମ୍ ଭଡ଼ାରେ କାର୍ଯ୍ୟାଳୟ ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ପ୍ରତି ମାସରେ ଏକ୍ଷେତ୍ରରେ ହେଉଥିବା ଅଗ୍ରଗତିର ସମୀକ୍ଷା କରାଯାଉଛି। ଆଗାମୀ ଦୁଇ ମାସ ଭିତରେ କନ୍ସେଣ୍ଟ୍ରିକ୍ସର ମାଲିକାନାରେ ଥିବା ସର୍ବବୃହତ ବିପିଓ/ କେପିଓ ସଂସ୍ଥା ଆଇବିଏମ୍ ଦକ୍ସ ଓଡ଼ିଶାରେ ଏହାର ସେଣ୍ଟର ସ୍ଥାପନ କରିବ। ଅତିକମ୍ରେ ସେଥିରେ ୧୦୦୦ କର୍ମଚାରୀ କାର୍ଯ୍ୟ କରିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଆଗାମୀ ଦୁଇରୁ ତିନି ବର୍ଷରେ ସବୁ କଲେଜ ଓ ସମ୍ଭବ ହେଲେ ସ୍କୁଲଗୁଡ଼ିକରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ଉପରେ ପାଠପଢ଼ା ଆରମ୍ଭ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି।

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!