ବିଜେଡି ହାତରୁ ଖସିଲା ଧର୍ମଶାଳା ବ୍ଲକ

ଅନାସ୍ଥା ପୂର୍ବରୁ ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଭାତ ବଳବନ୍ତରାୟ । ଏହା ସହ ବିଜେଡି ହାତରୁ ଖସିଛି ଧର୍ମଶାଳା ବ୍ଲକ ।

ହାଇଭୋଲଟେଜ ଲଢ଼େଇ ପୂର୍ବରୁ ହାତ ଟେକି ଦେଇଛନ୍ତି ପ୍ରଭାତ । ୪୫ ପଞ୍ଚାୟତ ବିଶିଷ୍ଟ ଧର୍ମଶାଳା ବ୍ଲକରେ ୨୦୧୭ରୁ ଅଧ୍ୟକ୍ଷ ଦାୟିତ୍ବ ତୁଲାଉଥିଲେ ପ୍ରଭାତ ।

ନୂଆ ସରକାର ଆସିବା ପରେ ପ୍ରଭାତଙ୍କ ନାଁରେ ସରକାରୀ କାର୍ଯ୍ୟରେ ସହଯୋଗ କରୁନଥିବା ଅଭିଯୋଗ କରି ୩୮ ସରପଞ୍ଚ ଆଣିଥିଲେ ଅନାସ୍ଥା । ୨୨ ତାରିଖରେ ଅନାସ୍ଥା ଭୋଟ୍‌ ପୂର୍ବରୁ ଇସ୍ତଫା ଦେଇଛନ୍ତି ପ୍ରଭାତ ।

Post Views12 Total Count

Apply Now


This will close in 0 seconds

error: Content is protected !!