ଗ୍ରାମାଞ୍ଚଳରେ ନିର୍ମାଣ ହେବ ୫ କୋଟି ଘର

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଭାଷଣରେ କହିଛନ୍ତି ଯେ, ମୋଦୀ ସରକାର ମଧ୍ୟମ ବର୍ଗଙ୍କୁ ନିଜର ଘର ନିର୍ମାଣ କରିବାକୁ ଏବଂ କିଣିବାକୁ ସାହାଯ୍ୟ କରିବାକୁ ବିଶେଷ ଯୋଜନା ଆରମ୍ଭ ହେବ । ରୁଫଟପ୍ ସୋଲାରାଇଜେସନ୍ ମାଧ୍ୟମରେ ଦେଶର ୧କୋଟିରୁ ଅଧିକ ପରିବାରଙ୍କୁ ମାସିକ ୩୦୦ ୟୁନିଟର ବିଜୁଳି ଶକ୍ତି ମାଗଣାରେ ମିଳିବ । ନିବେଶର ଆବଶ୍ୟକତାକୁ ପୂରଣ କରିବାକୁ ସରକାର ଆର୍ଥିକ କ୍ଷେତ୍ର ପ୍ରସ୍ତୁତ କରିବ ।

ଫଳରେ ଭାରତ ଅନ୍ୟ ଦେଶମାନଙ୍କ ପାଇଁ ଏକ ଗେମ୍ ଚେଞ୍ଜର ହୋଇପାରିବ । ଏହାସହ ନିର୍ମଳା ସୀତାରମଣ କହିଛନ୍ତି ଯେ, କୋଭିଡ୍ କାରଣରୁ ପ୍ରତିବନ୍ଧକ ସତ୍ତେ୍ୱ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଘର ନିର୍ମାଣ କାମ ଜାରି ରହିଛି ଏବଂ ସରକାର ଏବେଯାଏଁ ୩ କୋଟି ଘର ନିର୍ମାଣ କରିବାର ଲକ୍ଷ୍ୟ ପାଖାପାଖି ପହଞ୍ଚିସାରିଛନ୍ତି । ଆସନ୍ତା ୫ ବର୍ଷରୁ ଆହୁରି ୨ କୋଟି ନୂଆ ଘର ନିର୍ମାଣ ହେବ । ଆସନ୍ତା ୫ ବର୍ଷରେ ଦେଶ ଅଭୂତପୂର୍ବ ବିକାଶ କରିବ ।

ସମସ୍ତଙ୍କ ଆଶା ଓ ଅଙ୍ଗନବାଡି କର୍ମଚାରୀଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରାଯିବ ବୋଲି କହିଛନ୍ତି ନିର୍ମଳା ସୀତାରମଣ ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!