ଦେଶରେ ମହିଳା ବିକାଶ ପାଇଁ ଏକାଧିକ ଯୋଜନା ହାତକୁ ନେଇଛନ୍ତି ଏହି କ୍ରମରେ ଆସୁଛି ଲକ୍ଷପତି ଦିଦି ଯୋଜନା, ଯାହା ଅଧିନରେ ଆସନ୍ତା ୫ ବର୍ଷରେ ଦେଶର ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ବନାଇବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ଯୋଜନା ବିଶେଷ କରି ଗ୍ରାମୀଣ ମହିଳାଙ୍କୁ ଆର୍ଥିକ ଭାବେ ଆତ୍ମନିର୍ଭରଶୀଳ ଓ ସମୃଦ୍ଧ କରିବାକୁ ହୋଇଛି ।
ଏହି ଯୋଜନା ଅଧୀନରେ ମହିଳାମାନଙ୍କୁ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରାଯିବ ଯାହା ଦ୍ୱାରା ସେମାନେ ବାର୍ଷିକ ୧ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିପାରିବେ ।
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ଏହି ଯୋଜନା କାର୍ୟ୍ୟକାରୀ କରାଯିବ । ଲକ୍ଷପତି ଦିଦି ତିଆରି କରିବା ପାଇଁ ମହିଳାମାନଙ୍କୁ ଅନେକ ପ୍ରକାର ପ୍ରଶିକ୍ଷଣ ଦିଆଯିବ । ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଙ୍କୁ ଡ୍ରୋନ୍ ଯୋଗାଇ ଦିଆଯିବ ଏବଂ ସେମାନଙ୍କୁ ଡ୍ରୋନ୍ ପରିଚାଳନା ଓ ମରାମତି ପାଇଁ ପ୍ରଶିକ୍ଷଣ ମଧ୍ୟ ଦିଆଯିବ।

