ଜୁଲାଇ ୩ ପର୍ଯ୍ୟନ୍ତ ବଢିଲା ରବି ଧାନ କିଣା ଅବଧି

ରାଜ୍ୟରେ ରବି ଧାନ କିଣା ଅବଧିକୁ ଆସନ୍ତା ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି ଯୋଗାଣ ବିଭାଗ। ରାଜ୍ୟର ୫ଟି ଜିଲ୍ଲାରେ ଏବେ ବି ଚାଷୀଙ୍କ ଧାନ ପଡ଼ି ରହିଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ୩ ଦିନ ମଧ୍ୟରେ ସବୁ ଧାନ ଉଠିଯିବ, ଆଉ ଅବଧି ବଢେଇବାର ଆବଶ୍ୟକତା ନାହିଁ ବୋଲ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି।
ନୂଆପଡ଼ା, ବାଲେଶ୍ୱର ସମେତ ଆଉ ୩ଟି ଜିଲ୍ଲାର ମଣ୍ଡିରେ ଏବେ ବି ଧାନ ପଡ଼ି ରହିଛି। ଚାଷୀ ଯେମିତି ଅସୁବିଧାର ସମ୍ମୁଖୀନ ନହେବେ, ସେଥିପାଇଁ ଧାନ କିଣା ସମୟ ସୀମାକୁ ୩ ତାରିଖ ଯାଏଁ ବଢ଼ାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଚଳିତ ରବି ଋତୁରେ ଏପର୍ଯ୍ୟନ୍ତ ୩ ଲକ୍ଷ ୩୬ ହଜାର ୫୨ ଜଣ କୃଷକଙ୍କଠାରୁ ୧୮ ଲକ୍ଷ ୭୯ ହଜାର ୯୧୯ ମେଟ୍ରିକ ଟନ୍ ଧାନ କିଣା ହୋଇଛି। ଚଳିତ ବର୍ଷ ସରକାର ୨୦ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହର ଲକ୍ଷ୍ୟଧାର୍ଯ୍ୟ କରିଥିଲେ, ଯାହା ଆଗାମୀ ୩ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ପୂରଣ ହୋଇଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଧାନ କିଣା ପ୍ରକ୍ରିୟାକୁ ନେଇ  ବିଜେଡିର ଅଭିଯୋଗକୁ ନେଇ  ମନ୍ତ୍ରୀ କହିଛନ୍ତି, ବିଜେଡି କେବଳ ରାଜନୀତି କରୁଛି ।  ତାଙ୍କ ସରକାର ସମୟରେ ୪ ଲକ୍ଷ ଟୋକନ ଲାପ୍ସ ହୋଇଥିଲା । କୃଷକ ଆତ୍ମହତ୍ୟାରେ କିଛି ଫରକ ପଡ଼ୁ ନଥିଲା । ୧୦୦ ଟଙ୍କା ବୋନସ ମଧ୍ୟ ଦେଉନଥିଲେ।  ଆମ ସରକାରରେ ଧାନ କିଣା ସୁରୁଖୁରୁରେ ଚାଲୁଛି।

Post Views78 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!