ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧି ବଢିଲା । 2024 ଜାନୁଆରୀ ପହିଲାରୁ 2028 ଡିସେମ୍ବର 31 ପର୍ଯ୍ୟନ୍ତ ୫ ବର୍ଷ ଯାଏଁ ଅବଧି ବଢାଇଲେ ରାଜ୍ୟ ସରକାର । 10 ଲକ୍ଷ ହିତାଧିକାରୀ ମାସକୁ 5 କେଜି ଲେଖାଏଁ ମାଗଣା ଚାଉଳ ପାଇବେ । ଏଥିପାଇଁ ୧୨୫୦ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର । ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାରେ ରାଜ୍ୟର ୩ ଲକ୍ଷ ୧୪ ହଜାର ୯୨୩ ପରିବାରର ୯ ଲକ୍ଷ ୯୭ ହଜାର ୫୫ ଜଣ ବ୍ୟକ୍ତି ଅନ୍ତର୍ଭୁକ୍ତ ହୋଇଛନ୍ତି । ମାଗଣାରେ ମାସକୁ ୫ କେଜି ଲେଖାଏ ଚାଉଳ ପାଉଛନ୍ତି ହିତାଧିକାରୀ । ରାଜ୍ୟର ଜଣେବି ଗରିବ ଲୋକ ଯେପରି ଖାଦ୍ୟସୁରକ୍ଷାରୁ ବଞ୍ଚିତ ନହୁଏ ସେଥିପ୍ରତି ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

