ସୁନାବେଶ ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା, ଜାଣନ୍ତୁ କେଉଁଠି ପାର୍କିଂ କରିବେ ଗାଡ଼ି

ରାତି ପାହିଲେ ସୁନାବେଶ, ସୁନାରେ ସଜେଇ ହେବେ ମହାପ୍ରଭୁ । ସୁନାବେଶ ପାଇଁ ନୀତି ନିର୍ଘଣ୍ଟ ହୋଇଥିବା ବେକେ ସକାଳ ୬ଟାରୁ ଆରମ୍ଭ ହେବ ମଙ୍ଗଳ ଆଳତୀ ନୀତି । ଦିନ ୧୦ଟା ୩୦ ସୁଦ୍ଧା ଗୋପାଳ ବଲ୍ଲଭ ଭୋଗ ନୀତି । ସେହିପରି ଦିନ ୨ଟାରୁ ୩ଟା ମଧ୍ୟରେ ମଧ୍ୟାହ୍ନ ଧୂପ ନୀତି । ଆଉ ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ହେବ ସୁନାବେଶ । ରାତି ୧୦ଟା କିମ୍ବା ୧୧ଟା ଯାଏଁ ଦୁର୍ଲଭ ବେଶ ଦର୍ଶନ ।

ସେହିପରି ଚଳିତ ବର୍ଷ ସୁନାବେଶ ପାଇଁ ଶ୍ରୀକ୍ଷେତ୍ରରେ ପ୍ରାୟ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହେବା ପ୍ରଶାସନ ପକ୍ଷରୁ ଆଶା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ମୁତୟନ ହେବେ ମୋଟ୍ ୧୯୦ ପ୍ଲାଟୁନ୍ ପୋଲିସ ଫୋର୍ସ ।

ଭିଡକୁ ଦେଖି ଜାରି କରାଯାଇଛି ଟ୍ରାଫିକ କଟକଣା, ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ସ୍ୱରୂପ ଯେଉଁମାନେ ଭୁବନେଶ୍ୱର ପଟୁ ୪ ଚକିଆରେ ଆସୁଥିବେ ସେମାନେ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସର, ବ୍ରହ୍ମଗିରି ପଟୁ ଆସୁଥିବା ଯାତ୍ରୀ ଜଗନ୍ନାଥ ବଲ୍ଲଭ, ୟାତ୍ରିକା ପ୍ୟାଲେସ୍ ଏବଂ ନୋଳିଆ ଫିଲଡରେ ପାର୍କିଂ କରିବେ ।
କୋଣାର୍କ ପଟୁ ଆସୁଥିବା ଯାତ୍ରୀ, ଇଣ୍ଡୋର ଷ୍ଟାଡ଼ିୟମ୍, ଆଇଟିଆଇ ଏବଂ ହେଲିପ୍ୟାଡ୍ ପାର୍କିଂରେ ଗାଡ଼ି ରଖିବେ । ଭୁବନେଶ୍ୱର ପଟୁ ଆସୁଥିବା ଟୁରିଷ୍ଟ ବସ୍ ମାଳତୀପାଟପୁରରେ ଓ ଦୈନିକ ବସ୍ ତାଳବଣିଆଠାରେ ପାର୍କିଂ କରିବେ । ସେହିପରି ଭୁବନେଶ୍ୱର ପଟୁ ଆସୁଥିବା ଦୁଇ ଚକିଆ ଯାନ ପାଇଁ ଜଗନ୍ନାଥ ବଲ୍ଲଭ, ଜେଲ୍ ରୋଡ୍, ମାଟିତୋଟା ପାର୍କିଂ ଏବଂ କୋଣାର୍କ ପଟୁ ଆସୁଥିଲେ ବ୍ଲୁ ଫାଗ୍ ବିଚ୍, ହୋଟେଲ୍ ନୀଳାଚଳ ଅଶୋକ, ହଲିଡେ ରିସର୍ଟ ପଛପଟ ପାର୍କିଂରେ ଗାଡ଼ି ରହିବ ।

ଶ୍ରଦ୍ଧାଳୁମାନେ ବ୍ୟାରିକେଡରେ ନନ୍ଦିଘୋଷ ରଥ ପାର୍ଶ୍ୱ ଦେଇ ୱାନ ୱେରେ ପ୍ରଥମେ ଶ୍ରୀଜଗନ୍ନାଥ, ପରେ ଦେବୀ ସୁଭଦ୍ରା ଓ ଶେଷରେ ପ୍ରଭୁ ବଳଭଦ୍ରଙ୍କୁ ଦର୍ଶନ କରି ତାଳଧ୍ୱଜ ରଥ କଡ଼େ କଡ଼େ ଫେରିବେ ।
ଅନ୍ୟପଟେ ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ପୋଲିସ୍ ବିଭାଗ ପକ୍ଷରୁ ଟ୍ରାଫିକ ପରିଚାଳନା ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରିଅଲ୍ ଟାଇମ୍ ଟ୍ରାଫିକ୍ ଅପଡେଟ୍‌ ପାଇଁ ଏକ କ୍ୟୁଆର କୋଡ଼ ଜାରି କରାଯାଇଛି । ଯାହାକୁ ସ୍କାନ କରି ଶ୍ରଦ୍ଧାଳୁ ସହଜରେ ଟ୍ରାଫିକ ବିବରଣୀ ପ୍ରାପ୍ତ କରିପାରିବେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!