ସବୁ ଟ୍ରାଫିକ ନିକଟରେ ଥିବା ଡିଭାଇଡରରେ ଲାଗିବ ତୁଳସୀ ଗଛ

ଏଣିକି ଟ୍ରାଫିକ ପୋଷ୍ଟରେ ଲାଗିବ ତୁଳସୀ ଗଛ । ଟ୍ରାଫିକ ପୋଷ୍ଟ ନିକଟରେ ଥିବା ଡିଭାଇଡରରେ ତୁଳସୀ ଗଛ ଲଗାଇବାକୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ସବୁ ULBକୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ମନ୍ତ୍ରୀ କହିଛନ୍ତି, “ସବୁ ଟ୍ରାଫିକ ପୋଷ୍ଟ ନିକଟସ୍ଥ ଡିଭାଇଡରରେ ଲଗାଅ ତୁଳସୀ ଗଛ। ଫଳରେ ଟ୍ରାଫିକ ପୋଷ୍ଟରେ ଅଟକୁଥିବା ଯାତ୍ରୀମାନେ ଭଲ ଅକ୍ସିଜେନ୍ ପାଇପାରିବେ। ତୁଳସୀ ଗଛ ଭଲ ଅକ୍ସିଜେନ ଦେଇଥାଏ । ଏବେ ଆମ ପାଇଁ ଅକ୍ସିଜେନ କମି କମି ଚାଲିଛି । ତେଣୁ ତୁଳସୀ ଗଛ ଲାଗିଲେ, ଲୋକେ ଅଧିକ ଅକ୍ସିଜେନ ପାଇପାରିବେ।”

 

 

Post Views20 Total Count

Apply Now


This will close in 0 seconds

error: Content is protected !!