ଓଡ଼ିଶା ସହ ସୁନ୍ଦରଗଡ ଜିଲ୍ଲାରେ ଠାବ ହୋଇଛି ବିରଳ କଳା ବାଘ। ୬ ବର୍ଷ ପରେ ସୁନ୍ଦରଗଡ଼ରେ ବନ ବିଭାଗ କ୍ୟାମେରାରେ ଠାବ ହେଲା ବିରଳ କଳା ବାଘ । ହେମଗିରି ଫରେଷ୍ଟ ରେଞ୍ଜର ଗର୍ଜନ ପାହାଡରେରେ ପୁଣି କଳା ବାଘ ଦେଖିବା ପାଇଁ ମିଳିଛି । ଏହା ପୂର୍ବରୁ ୨୦୧୮ ମସିହାରେ ମଧ୍ୟ ବନବିଭାଗର କ୍ୟାମେରାରେ କଳା ବାଘ ଠାକ କରାଯାଇଥିଲା ହେଲେ ଏହାପରେ ଏହି ବାଘ ଆଉ ଦେଖିବା ପାଇଁ ମିଳିନଥିଲା ।
ଦୀର୍ଘ ୬ ବର୍ଷ ପରେ ପୁଣି ବନ ବିଭାଗର କ୍ୟାମେରାରେ ଠାବ ହୋଇଛି ଏହି କଳା ବାଘ । ଦୀର୍ଘ ୬ ବର୍ଷ ପରେ ପୁଣି ବନ ବିଭାଗର କ୍ୟାମେରାରେ ଠାବ ହୋଇଛି ଏହି କଳା ବାଘ । ତେବେ କେବଳ ବଳା ବାଘ ନୁହେଁ ଆହୁରି ଅନେକ ପ୍ରକାରର ଦୁର୍ଲଭ ଜୀବଜନ୍ତୁ ଏହି କ୍ୟାମେରାରେ ଟ୍ରାପ ହୋଇଥିବା ନେଇ ସୁନ୍ଦରଗଡ଼ ଡିଏଫଓ ପ୍ରଦୀପ ମିରାସେଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।

