ରାଜ୍ୟରେ ବିଗତ କିଛି ଦିନ ହେବ ମେଣ୍ଟ ଚର୍ଚ୍ଚା ଜାରି ରହିଥିବା ବେଳେ ରାଜ୍ୟ ବିଜେପି ସଭାପତିଙ୍କ ମନମୋହନ ସାମଲଙ୍କ ବଡ ବୟାନ । କହିଲେ, ରାଜ୍ୟରେ ଏକାକୀ ଲଢ଼ିବ ବିଜେପି । ଏକାକୀ ସରକାର କରିବ ବିଜେପି । ବିଜେପି ଏକାକି ନିର୍ବାଚନ ଲଢିବ ବୋଲି ମନମୋହନ ସାମଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିସହିତ ଆଗାମୀ ନିର୍ବାଚନରେ ବିଜେପି ରାଜ୍ୟରେ ଏକାକୀ ଲଢ଼ି ସରକାର କରିବ, ଓଡ଼ିଶାର ଅସ୍ମିତାକୁ ନେଇ ବିଜେପି ନିର୍ବାଚନ ଲଢ଼ିବ ବୋଲି ମନମୋହନ ସାମଲ କହିଛନ୍ତି ।
ସୂଚନା ଯୋଗ୍ୟ ଯେ, ଦିଲ୍ଲୀରୁ ଫେରିବା ପୂର୍ବରୁ ବୁଧବାର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ବୈଠକ କରି ଆଲୋଚନା କରିଛନ୍ତି ରାଜ୍ୟ ନେତୃବୃନ୍ଦ । ଗତକାଲି ଶାହାଙ୍କ ଘରେ ବସିଥିବା ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ସଂପାଦକ ମାନସ ମହାନ୍ତି, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଓ ସହ ପ୍ରଭାରୀ ଲତା ଉସେଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

