ଅଖିମୁଠି ଅନୁକୂଳ ସହ ହଳ କରି ଜମିରେ ବିହନ ବୁଣିଲେ ମୁଖ୍ୟମନ୍ତ୍ରୀ

କଟକର ସିଆରଆରଆଇଠାରେ ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି କନକବର୍ଦ୍ଧନ ସିଂହଦେଓ, କଟକ ସାଂସଦ ଭର୍ତ୍ତୃହରି ମହତାବ, ଜଗତସିଂହପୁର ସାଂସଦ ବିଭୁ ତରାଇ ମଧ୍ୟ ଉପସ୍ଥିତ ରହିଛନ୍ତି ।

ଅଖିମୁଠି ଅନୁକୂଳ ସହ ହଳ କରି ଜମିରେ ବିହନ ବୁଣିଲେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ସାମିଲ ହୋଇଛନ୍ତି । ପରେ ଚାଷୀଙ୍କୁ ବାଣ୍ଟିବେ ସିଏମ୍ କିଷାନ ଟଙ୍କା । ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟ ଆସିବ ସିଏମ୍ କିଷାନ ଟଙ୍କା ।

ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଜମିରେ ପୂଜାପାଠ ପରେ ପ୍ରଥମ କରି ବିହନ ବୁଣି ଚାଷ କାମ ଆରମ୍ଭ କରୁଛନ୍ତି ଚାଷୀ । ଇଷ୍ଟଦେବଙ୍କୁ ପୂଜା କରି ଭଲ ଫସଲ ଓ ଅମଳ ପାଇଁ ଆଶୀର୍ବାଦନ ଲୋଡ଼ିଛନ୍ତି ।

Post Views10 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!