ଭିଜିଲାନ୍ସ ଜାଲରେ ପାଲଲହଡ଼ା ବିଇଓ ଅଫିସର

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପାଲଲହଡ଼ା ବିଇଓ ଅଫିସର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପାଣି।

ବିଭିନ୍ନ ଠିକଣାରେ ଆଜି ସକାଳୁ ଏକକାଳୀନ ଚଢ଼ଉ ଆରମ୍ଭ କରିଛି ଭିଜିଲାନ୍ସ ବିଭାଗ। ପ୍ରସନ୍ନ କୁମାର ପାଣି ପାଲଲହଡ଼ା ବିଇଓ ଅଫିସରେ ବୈଷୟିକ ପରାମର୍ଶଦାତା ଭାବେ କାର୍ୟ୍ୟରତ। ପ୍ରସନ୍ନ କୁମାର ପାଣିଙ୍କ ଘର ଓ କାର୍ୟ୍ୟାଳୟ ସମେତ ଅନୁଗୁଳ, ପୁରୀ ଓ ଭୁବନେଶ୍ୱରରେ ଏକକାଳୀନ ୯ଟି ସ୍ଥାନରେ ଚଢ଼ଉ କରୁଛି ଭିଜିଲାନ୍ସ।

ଭୁବନେଶ୍ୱରର ସ୍ୱତନ୍ତ୍ର ଜଜ୍ ଭିଜିଲାନ୍ସଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟର କ୍ଷମତା ବଳରେ ୬ ଜଣ ଡିଏସପି ଓ ୬ ଜଣ ଇନ୍ସପେକ୍ଟର ରେଡ କରୁଛନ୍ତି । ବ୍ଲକ ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟରେ ଯନ୍ତ୍ରୀ ଥିବା ପ୍ରସନ୍ନଙ୍କ ୬ଟି ବ୍ୟାଙ୍କ ଆକାଉଣ୍ଟ ଜବତ କରାଯାଇଛି । ମୂଲ୍ୟବାନ ଅଳଙ୍କାର ସହ ଜରୁରୀ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି ।

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!